ଭୁବନେଶ୍ବର: ରାଜ୍ୟରେ 691ଟି ବେସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରହିଛି । ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ, ସ୍କୁଲ ପୋଷାକ ମାଗଣାରେ ଯୋଗାଇ ଦିଆଯାଉଛି । ଗଙ୍ଗାଧର ମେହେର ଶିକ୍ଷାମାନ ବୃତ୍ତି ଯୋଜନାରେ ସାଇକେଲ ବ୍ୟବସ୍ଥା କରାଯାଇଛି। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରାଯିବା ସହିତ ସେମାନଙ୍କୁ ଟ୍ୟୁସନ୍ ଫି ଛାଡ କରାଯାଇଛି । ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉନ୍ନତ ଶିକ୍ଷା ଦେଇପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ଶିକ୍ଷକ ଅଭାବର ସମାଧାନ ପାଇଁ ଆବଶ୍ୟକୀୟ ସ୍ଥଳେ 495 ଜଣ ଅତିଥି ଶିକ୍ଷକ ନିୟୋଜିତ ହୋଇଛନ୍ତି।
Odisha Assembly: ଦୁଇ ବର୍ଷରେ ଶେଷ ହେବ ସ୍ମାର୍ଟ ସ୍କୁଲ କାର୍ଯ୍ୟ - ଦୁଇ ବର୍ଷରେ ଶେଷ ହେବ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ
ରାଜ୍ୟରେ 691 ଟି ବେସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରହିଛି । ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ, ସ୍କୁଲ ପୋଷାକ ମାଗଣାରେ ଯୋଗାଇ ଦିଆଯାଉଛି। ଅଧିକ ପଢନ୍ତୁ

ସରକାର ରାଜ୍ୟରେ ଥିବା ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟ ଗୁଡିକୁ ସ୍କୁଲ ରୂପାନ୍ତରୀକରଣ ଦୁଇବର୍ଷ ମଧ୍ୟରେ ଶେଷ କରିବେ। କୋଭିଡ ସମୟରେ ଦୁଇବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ବିଳମ୍ବ ହୋଇଛି । ଛାତ୍ରଛାତ୍ରୀ ପ୍ରଥମରୁ କିଏ ତୃତୀୟକୁ ଯାଇଛି ତ କିଏ ତୃତୀୟ ରୁ ପଞ୍ଚମ ଯାଇଛି । ଏହି ଦୁଇ ବର୍ଷ ବ୍ୟବଧାନକୁ ପୁରଣ କରିବା ପାଇଁ ସ୍ଵତନ୍ତ୍ର ପାଠ୍ୟକ୍ରମ କରାଯିବ। ଏନେଇ ସ୍ଵତନ୍ତ୍ର ବହି ପ୍ରସ୍ତୁତ ହେଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ବିଧାନସଭା ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନ ଉପରେ ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ