ଭୁବନେଶ୍ବର:ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ତେବେ ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲାଯିବ ବୋଲି ସରକାର ଯୋଜନା କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସ୍କୁଲ ଖୋଲାଯାଇ ପରୀକ୍ଷାମୂଳକ ଭାବରେ 100 ଦିନ ପାଠ ପଢାଯିବ । ଶନିବାର ଓ ରବିବାର ଛୁଟି ଦିନମାନଙ୍କରେ ମଧ୍ୟ କ୍ଲାସ କରାଯିବ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପିଲାମାନଙ୍କର ଷ୍ଟଡି ମ୍ୟାଟେରିଆଲର ଉଦଘାଟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।