ଭୁବନେଶ୍ବର: ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଯାଇପାରନ୍ତି ପ୍ରଥମରୁ ସପ୍ତମ ପିଲା । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରଥମରୁ ସପ୍ତମ ଶ୍ରେଣୀ ଅଫଲାଇନ କ୍ଲାସ କରିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି କହିଛନ୍ତ ବିଭାଗୀୟ ମନ୍ତ୍ରୀ ।
ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବ । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀଗୁଡିକ ମଧ୍ୟ ଖୁବଶୀଘ୍ର ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।