ଓଡିଶା

odisha

ETV Bharat / city

ଡିସେମ୍ବରରେ ବଢିବ ସଂକ୍ରମଣ; ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ - school may be not reopen

ସ୍କୁଲ ଖୋଲିବା ନେଇ ଦ୍ବନ୍ଦରେ ସରକାର । ପୂର୍ବରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ ।

ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ
ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

By

Published : Nov 6, 2020, 10:06 AM IST

Updated : Nov 6, 2020, 10:32 AM IST

ଭୁବନେଶ୍ବର: ଡିସେମ୍ବରରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରେ । ଯାହାକୁ ନଜରରେ ରଖି ନଭେମ୍ବରରେ ଖୋଲିବ ନାହିଁ ସ୍କୁଲ । ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ସାମୟିକ ଭାବେ ସ୍ଥଗିତ ରଖିଲା ଗଣଶିକ୍ଷା ବିଭାଗ ।

ସ୍କୁଲ ଖୋଲିବା ନେଇ ଦ୍ବନ୍ଦରେ ସରକାର । ଆନ୍ଧ୍ରପ୍ରଦେଶରେ ନଭେମ୍ବର 2ରେ ସ୍କୁଲ ଖୋଲିବା ପରେ 162 ଛାତ୍ରଛାତ୍ରୀ ଓ 160 ଜଣ ଶିକ୍ଷକ ଆକ୍ରାନ୍ତ ସରକାରଙ୍କ ଚିନ୍ତା ବଢାଇଛି । ଏପରି ସ୍ଥିତିକୁ ଦେଖି ଏହି ନିଷ୍ପତ୍ତିକୁ ପୁଣି ଥରେ ପରିବର୍ତ୍ତନ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି ।

ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ସୂଚନାଯୋଗ୍ୟ,ପୂର୍ବରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ । ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଚାହିଁବେ ନାହିଁ ସେମାନଙ୍କ ପାଇଁ ଅନଲାଇନ ପାଠପଢାର ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିଲା । ତେବେ ସ୍କୁଲ ଶିକ୍ଷା ସହ ଜଡିତ 5 ଅଂଶୀଦାରଙ୍କ ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବା ପରେ ଚଳିତ ମାସ ସ୍କୁଲରେ ଖୋଲିବା ନିଷ୍ପତ୍ତି ନିଆଯାଇଥିଲେ । କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀ ଶିକ୍ଷା ଆହରଣ ପାଇଁ ଅନୁମତି ଦିଆଯାଇଥିଲା । ହେଲେ ବୁଧବାର ସନ୍ଧ୍ୟାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବରରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସୃଷ୍ଟି ହେବା ନେଇ ସତର୍କ କରାଯାଇଥିଲେ । ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡିଯାଇଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 6, 2020, 10:32 AM IST

ABOUT THE AUTHOR

...view details