ଭୁବନେଶ୍ବର: ଏଣିକି ପ୍ରଧାନ ଶିକ୍ଷକମାନେ ଦୈନିକ ଅତି କମରେ 2ଟି କ୍ଲାସ ନେବେ । ଏହା ସହ ଅନ୍ୟ ଶିକ୍ଷକଙ୍କ ପାଠପଢା ମଧ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ପ୍ରଧାନ ଶିକ୍ଷକ ହେଉଛନ୍ତି ସ୍କୁଲର ସବୁଠାରୁ ଅଭିଜ୍ଞ ଶିକ୍ଷକ । ଉଚ୍ଚ ଶିକ୍ଷିତ ମଧ୍ୟ । ତେଣୁ ତାଙ୍କର ପାଠପଢା ଶୈଳୀ ଅନ୍ୟ ସହକାରୀ ଶିକ୍ଷକଙ୍କ ଠାରୁ ଉନ୍ନତ । ଛାତ୍ରଛାତ୍ରୀ ମାନେ ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଅନେକ ଶିଖିବାକୁ ପାଇବେ ।