ଓଡିଶା

odisha

ETV Bharat / city

ସ୍କୁଲ ଫି’ ଛାଡ ପ୍ରସଙ୍ଗ, ନିୟମ ନମାନିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ - ଅଭିଭାବକ ମହାସଂଘ

କୋରୋନା ମହାମାରୀ ସମୟରେ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ । ଏହି ନିୟମ ମାନିଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏମଓୟୁରେ ରହିଥିବା କହିଛି ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

ସ୍କୁଲ ଫି ଛାଡ ପ୍ରସଙ୍ଗ, ନିୟମ ନମାନିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
ସ୍କୁଲ ଫି ଛାଡ ପ୍ରସଙ୍ଗ, ନିୟମ ନମାନିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

By

Published : Aug 20, 2021, 8:01 PM IST

ଭୁବନେଶ୍ବର: ସ୍କୁଲରେ ୧୫ ପ୍ରତିଶତ ଫି’ ଛାଡ଼ ପ୍ରସଙ୍ଗ । ଏମଓୟୁରେ ସାମିଲ ଥାଇ ୧୫% ଫି’ ଛାଡ଼ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରାଗଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । ତେବେ ଏ ସମ୍ପର୍କରେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି ।

ସ୍କୁଲ ଫି ଛାଡ ପ୍ରସଙ୍ଗ, ନିୟମ ନମାନିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

କୋରୋନା ମହାମାରୀରେ ପ୍ରାଇଭେଟ ସ୍କୁଲ ଫି’ ଆଦାୟକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ତତ୍ବାବଧାନରେ ସ୍କୁଲ ମାଲିକ, ଅଭିଭାବକ ମହାସଂଘ ଓ ସ୍କୁଲ ଶିକ୍ଷକ ସଂଘକୁ ନେଇ ଏମଓୟୁ କରାଯାଇଥିଲା । ହେଲେ ଏମଓୟୁରେ ଦସ୍ତଖତ କରି ମଧ୍ୟ କିଛି ସ୍କୁଲ ଏହି ନିର୍ଦ୍ଦେଶକୁ ମାନୁନଥିଲେ । ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ, ଧାରଣା ଓ ଆମରଣ ଅନଶନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗାମୀ ଦିନରେ ସ୍କୁଲ ଗୁଡିକୁ ସ୍ବତନ୍ତ୍ର ଭାବେ ଡାକି ବୈଠକ ପାଇଁ ନିଷ୍ପତ୍ତି ହୋଇଥିଲା ।

ସ୍କୁଲ ଫି ଛାଡ ପ୍ରସଙ୍ଗ, ନିୟମ ନମାନିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଏହି କ୍ରମରେ ଜାଭିଅର ସ୍କୁଲ ଖଣ୍ଡଗିରି, କେଦାରଗୌରୀ ଓ ସତ୍ୟନଗର ସ୍କୁଲ ନିର୍ଦ୍ଦେଶକୁ ନମାନି ଏକ ସ୍ବତନ୍ତ୍ର ଇନକମ ଟାକ୍ସ ସ୍ଲାବ ଆଳରେ ମନ ଇଚ୍ଛା ଫି’ ଆଦାୟ କରୁଥିଲେ । ଏହାକୁ ନେଇ ଖୋର୍ଦ୍ଧା DEOଙ୍କ କାର୍ଯ୍ୟାଳୟରେ ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ଓ ଉପରୋକ୍ତ ସ୍କୁଲ ଗୁଡିକର ପରିଚାଳକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ଅଭିଯୋଗର ତଥ୍ୟ ଭିତ୍ତିକ ଆଲୋଚନା ପରେ ସ୍କୁଲ ଗୁଡିକର ନିର୍ଦ୍ଦେଶ ଅବମାନନାକୁ ନେଇ DEO ବନ୍ଦନା ମହାପାତ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରିବା ସହ ତୁରନ୍ତ ନିର୍ଦ୍ଦେଶ ଅନୁଯାୟୀ ଫି’ ଆଦାୟ ଓ ପୂର୍ବରୁ ଆଦାୟ ହୋଇଥିବା ଫି’କୁ ଆଡ଼ଜଷ୍ଟ କରିବା ପାଇଁ କହିଥିଲେ ।

ହେଲେ ବୈଠକର ଏକ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ନ ହେବାରୁ DEO ପୁନଃ ଏକ ତାଗିଦ ପୂର୍ଣ୍ଣ ଚିଠି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏମଓୟୁରେ ସାମିଲ ନ ଥିବା ସ୍କୁଲମାନେ ଅନ୍ୟ ସବୁ ଫିକୁ ଛାଡି କେବଳ ଶିକ୍ଷାଦାନର ଫିରୁ 15% ଛାଡ଼ କରି ଆଦାୟ କରିବାକୁ DEO ଉକ୍ତ ଚିଠିରେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details