ଓଡିଶା

odisha

ETV Bharat / city

ସ୍କୁଲ ଫି'କୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ - ସ୍କୁଲ ଫି ଘଟଣା

ସ୍କୁଲ ଫି'କୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ । କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗରେ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ଉପରେ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ସ୍କୁଲଫିକୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା
ସ୍କୁଲଫିକୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା

By

Published : Feb 2, 2021, 4:23 PM IST

ଭୁବନେଶ୍ବର: ସ୍କୁଲ ଫି'କୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ । କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗରେ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ଉପରେ ତଦନ୍ତ ନିର୍ଦ୍ଦେଶ ।

୨୦୧୯ ମସିହାରେ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ତରଫରୁ ସ୍କୁଲ ଅଭିଭାବକ ସଂଘ ସହ ଆଲୋଚନା ନ କରି ଫି ବୃଦ୍ଧି କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ସ୍କୁଲ ଅଭିଭାବକ ସଂଘ ତରଫରୁ ଏହାର ଦୃଢ଼ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସ୍କୁଲଫିକୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା
ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଏନେଇ ଏକ ଅଭିଯୋଗ କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଏହାର ତଦନ୍ତ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବେଆଇନ ଫି ଆଦାୟକୁ ରୋକ ଲଗାଇବା ସହ ଅତ୍ୟଧିକ ଫିକୁ ଅଭିଭାବକଙ୍କୁ ଫେରାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ।
ସ୍କୁଲଫିକୁ ନେଇ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା

ଏହାକୁ ବିରୋଧ କରି ସ୍କୁଲ କର୍ତ୍ତୃପକ୍ଷ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହେଇଥିଲେ । କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଫି ଆଦାୟ କରିବାକୁ ଚାପ ପ୍ରୟୋଗ କରି ପିଲାଙ୍କ ହାତରେ ସ୍କୁଲ ରେଜିଷ୍ଟ୍ରାରରୁ ନାମ କଟାଯିବ ବୋଲି ପତ୍ର ଦେଇଥିଲେ।

ଯାହାକି ଶିଶୁ ସୁରକ୍ଷା ଆଇନର ସମ୍ପୂର୍ଣ୍ଣ ବିରୋଧାଚରଣ କରୁଥିଲା । ଯାହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଅଧ୍ୟକ୍ଷଙ୍କ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ସରକାରଙ୍କ ବହୁ ନିର୍ଦ୍ଦେଶକୁ ବେଖାତିର କରିବାର ବହୁ ପ୍ରମାଣ ରହିଛି ଏବଂ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମାରେ ରହିଛି । ଯଦି ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ଭୁମୋହନ ପଟ୍ଟନାୟକ ଜଣାଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details