ଭୁବନେଶ୍ବର: କୋରୋନାର ତୃତୀୟ ଲହର ଭିତରେ ଆଜିଠୁ ପୁଣି ଖୋଲିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ବହି ବସ୍ତାନୀ ଧରି ସ୍କୁଲ ଯାଇଛନ୍ତି ପିଲାଏ । କୋରୋନା କଟକଣା ମାନି କ୍ଳାସରୁମରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଏହାରି ଭିତରେ ଗୋପ ନିଗମାନନ୍ଦ ହାଇସ୍କୁଲ ବୁଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପାଠପଢା ସହିତ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।
ସ୍କୁଲ ଗସ୍ତ କରି କିପରି ଚାଲିଛି ପାଠପଢା ସମସ୍ତ ସ୍ଥିତି ପରଖିଛନ୍ତି ଶିକ୍ଷାମନ୍ତ୍ରୀ । ପ୍ରଥମ ଦିନରେ ୮୦ ପ୍ରତିଶତ ପିଲା ସ୍କୁଲ ଆସିଛନ୍ତି । ଏହା ଏକ ସକାରତ୍ମକ ସଙ୍କେତ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । କୋରୋନା କଟକଣାମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । ଯେହେତୁ ପାଠପଢା ଆରମ୍ଭ ହୋଇଛି ତେଣୁ ଖୁବ ଶୀଘ୍ର ଦ୍ବିତୀୟ ସମେଟିଭ ପରୀକ୍ଷା ଦେବାକୁ ପିଲାମାନେ ଏକଦମ ପ୍ରସ୍ତୁତ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।