ଭୁବନେଶ୍ବର: ‘ଆମ ବାପୁଜୀ ଏକ ଝଲକ ପତ୍ରିକା’ ବୁଡାଇଦେଲା 10 କୋଟି ଟଙ୍କା । ଛାତ୍ରଛାତ୍ରୀଙ୍କୁ ବାଣ୍ଟିବାକୁ ପ୍ରାୟ 1 କୋଟି 20 ଲକ୍ଷ ପତ୍ରିକା ଛପା ହୋଇଥିଲା। ହେଲେ ଗାନ୍ଧୀଜୀଙ୍କ ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ତଥ୍ୟକୁ ନେଇ ବିବାଦ ଉପୁଜିବା ପରେ ଏବେ ଛପାଯାଇଥିବା ସମସ୍ତ ପତ୍ରିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛି ।
ପାଣିରେ ପଡିଲା ଗଣଶିକ୍ଷା ବିଭାଗର 10 କୋଟି - ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ପତ୍ରିକାରେ ବିବାଦୀୟ ଲେଖା ସ୍ଥାନ ପାଇଥିଲା । ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହେବାପରେ ଆଜି ବିଭାଗୀୟ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ସୂଚନାଯୋଗ୍ୟ ଯେ, ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଏହି ବ୍ରୋଚରରେ ବିବାଦୀୟ ଲେଖା ସ୍ଥାନ ପାଇଥିଲା । ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହେବା ପରେ ଆଜି ବିଭାଗୀୟ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ଗୃହରେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ