ଓଡିଶା

odisha

By

Published : Dec 4, 2021, 10:06 PM IST

ETV Bharat / city

ଶିକ୍ଷାନୁଷ୍ଠାନରେ COVID ନିୟମ କଡାକଡି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ କଡାକଡି ପାଳନ ହେବ COVID ନିୟମ । ଏନେଇ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

School and mass education department government of odisha issues new COVID-19 SOP for all educational institutions of state
ଶିକ୍ଷାନୁଷ୍ଠାନରେ COVID ନିୟମ କଡାକଡି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ କଡାକଡି ପାଳନ ହେବ COVID ନିୟମ । ଏନେଇ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୀତ ଋତୁ ଆରମ୍ଭ ହୋଇସାରିଥିବାରୁ ଅନେକ ଛାତ୍ରଛାତ୍ରୀଙ୍କ ଠାରେ ଥଣ୍ଡା ହେବାର ଲକ୍ଷଣ ଦେଖିବାକୁ ମିଳୁଛି । ଏପଟେ ରାଜ୍ୟରେ COVID-19ର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଅଭିଭାବକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ମଧ୍ୟ ଆଶଙ୍କା ଅଛି ଯେ ଥଣ୍ଡା ହେବା ଦ୍ବାରା କୋରୋନା ହୋଇପାରେ ।

ଶିକ୍ଷାନୁଷ୍ଠାନରେ COVID ନିୟମ କଡାକଡି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ତେଣୁ ଜ୍ବର, ଥଣ୍ଡା ପୀଡିତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବାକୁ ଦିଆ ନ ଯାଉ ବୋଲି ପରାମର୍ଶ ଦିଆଯାଇଛି ।

ପ୍ରତ୍ୟେକ୍ଷ ଭାବେ କ୍ଳାସକୁ ଆସିବା ପରିବର୍ତ୍ତେ ବରଂ ସେମାନଙ୍କୁ ଅନଲାଇନ୍ କ୍ଲାସରେ ଯୋଗଦେବାକୁ ଏବଂ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବା ଉଚିତ । ସେହିଭଳି, ବିଦ୍ୟାଳୟକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଏବଂ ସହାୟକ କର୍ମଚାରୀମାନେ ଥର୍ମାଲ୍ ସ୍କ୍ରିନିଂ ଏବଂ ହ୍ୟାଣ୍ଡ୍ ସାନିଟାଇଜ କଡାକଡି କରିବା ଆବଶ୍ୟକ ।

ସମସ୍ତ ଘରୋଇ ହଷ୍ଟେଲ ସମେତ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ସେମାନଙ୍କ ସେଲ୍ ଫୋନ୍ ନମ୍ବର ଉପରେ ଦୈନିକ ସମ୍ପୃକ୍ତ ନୋଡାଲ୍ ଅଫିସରମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details