ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫର୍ମଫିଲପ୍ କରି ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 8ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ କରାଗଲା । ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି, ତଦନ୍ତ ହେବ । ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଓ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଛି ବୋଲି ସେ କହିଛନ୍ତି ।
ଏ ନେଇ ମନ୍ତ୍ରୀ କହିଛନ୍ତି ଯେ, "କୋଭିଡ଼ ଯୋଗୁଁ ସବୁ ପିଲାଙ୍କ ଫର୍ମଫିଲପ୍ ଫି ଛାଡ଼ କରିଥିଲେ ସରକାର । ରାଜ୍ୟରେ କୋରୋନା ମହାମାରୀ ପାଇଁ ସମସ୍ତ ଶ୍ରେଣୀର ପିଲାଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଫର୍ମଫିଲପ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ପଡୁଥିଲା । ଯେହେତୁ ୨ ବର୍ଷ ଧରି କୋରୋନା ମହାମାରୀ ଲାଗି ରହିଛି, ତେଣୁ ସମସ୍ତ ପରୀକ୍ଷାର ଫର୍ମଫିଲପ୍ ବିନା ଦେୟରେ କରାଯାଇଛି । କୌଣସି ଦେୟ ଛାତ୍ରଛାତ୍ରୀ ଦେବେ ନାହିଁ । ଏହି ଦେୟ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।"