ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି ଠାରୁ +3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ଅନୁସାରେ ଏହି ଦୁଇ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ନିଷ୍ପତ୍ତି ସମ୍ପର୍କରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ଠିକ ଭାବରେ କୋଭିଡ ନିୟମ ଅନୁପାଳନ ସହ କିପରି ହଷ୍ଟେଲରେ ରହିପାରିବେ ତା ଉପରେ ଧ୍ୟାନ ଦେବା ପାଇଁ ସମ୍ପୃକ୍ତ ସ୍କୁଲ ଓ କଲେଜର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।