ଓଡିଶା

odisha

ETV Bharat / city

ଜଗା ବଳିଆଙ୍କ ଚିକିତ୍ସା କରିବାକୁ ମନାକଲା ଭୁବନେଶ୍ୱର ଏମସ - ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଦିଲ୍ଲୀ ଏମସରେ ଚିକିତ୍ସିତ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ପାଇଁ ମନା କଲା ଭୁବନେଶ୍ବର ଏମସ । ଜଗା ବଳିଆଙ୍କୁ କଟକ ଏସସିବିରେ ଚିକିତ୍ସା କରାଯିବ ବୋଲି କହିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 2, 2019, 9:11 PM IST

କଟକ: ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବେ ଜଗା ବଳିଆ । ଉଭୟଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମସ ମନା କରିଦେଇଛି । ତେଣୁ ରାଜ୍ୟ ସରକାର ଜଗା-ବଳିଆଙ୍କ ଚିକିତ୍ସା ଏସସିସିବିରେ କରାଇବା ପାଇଁ ସ୍ଥିର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଫେରିବା ଓଡ଼ିଶା ପରେ ଏସିସିବିର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସିତ ହେବେ । ସେମାନେ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ । ଦିଲ୍ଲୀ ଏମସରେ ଦୀର୍ଘ ୨ ବର୍ଷ ଧରି ଭର୍ତ୍ତି ଥିବା ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନ୍ତାନ୍ତର କରିବା ପାଇଁ ଯୋଜନା ଥିଲା ।

ଦିଲ୍ଲୀ ଏମସ ପକ୍ଷରୁ ଭୁବନେଶ୍ୱର ଏମସରେ ଚିକିତ୍ସା ପାଇଁ କୁହାଯାଇଥିଲା, କିନ୍ତୁ ଭୁବନେଶ୍ୱର ଏମସ ଚିକିତ୍ସା କରିବାକୁ ମନା କରିଦେଇଥିବା କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ । ଏଥିପାଇଁ ଜଗାବଳିଆଙ୍କ କଟକ ଏସିବି ମେଡିକାଲରେ ଚିକିତ୍ସା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଦୀଲ୍ଲୀରୁ ଅଣାଯିବା ସହ ଏସସିବିରେ ଭଲ ଚିକିତ୍ସା ହୋଇପାରିବ ବୋଲି ଦୃଢତାର ସହ କହିଛନ୍ତି ମନ୍ତ୍ରୀ ନବ ଦାସ । ଏଥିପାଇଁ ଏସସିବି ଡାକ୍ତରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା କହିଛନ୍ତି ଦାସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details