ଭୁବନେଶ୍ବର: ବଢିଛି ଅନୁସୂଚିତ ଜାତି ଜନଜାତିଙ୍କ ସାକ୍ଷରତା ହାର । 2011 ଜନଗଣନା ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାକ୍ଷରତା ହାର ବୃଦ୍ଧି ପାଇଛି । ସେହିପରି ଜନଜାତିଙ୍କ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ ସରକାର ସାକ୍ଷରତା ମିଶନ ଗଠନ କରାଯାଇଥିବା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି ।
ବଢୁଛି ଅନୁସୂଚିତ ଜନଜାତିଙ୍କ ସାକ୍ଷରତା ହାର - SCST EDUCATION
ଅନୁସୂଚିତ ଜାତି ଜନଜାତିଙ୍କ ସାକ୍ଷରତା ହାର 69.2 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ସ୍ବାକ୍ଷରତା କିପରି ବଢିବ ସେଥିପାଇଁ ‘ଆମ କଥା ଭାରତ ସାକ୍ଷରତା’ ନାମକ ଯୋଜନା କରାଯାଇଥିବା ନେଇ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ସୂଚନା ଦେଇଛନ୍ତି ।

2001 ଜନଗଣନା ଅନୁସାରେ, ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର ଥିଲା 50.55 ପ୍ରତିଶତ । 2011ରେ ସାକ୍ଷରତା ହାର ବୃଦ୍ଧି ପାଇ 69.2 ପ୍ରତିଶତରେ ପହଞ୍ଚିଛି । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ପାଇଁ 700ଟି ଆଶ୍ରମ ସ୍କୁଲ, 501ଟି ସେବାଶ୍ରମ, 27ଟି ଏକଲବ୍ୟ, 10ଟି କଳିଙ୍ଗ ଆଦର୍ଶ ଆବସିକ ବିଦ୍ୟାଳୟ, 422ଟି ଉଚ୍ଚ ବିଦ୍ୟାଳୟ ଓ 62ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ତେବେ 19ଟି ଜିଲ୍ଲାରେ ସ୍ବାକ୍ଷରତା ହାର କମ୍ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ କିପରି ସ୍ବାକ୍ଷରତା ହାର ବଢିବ ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସାକ୍ଷରତା ମିଶନ କର୍ତ୍ତୃପକ୍ଷ ଗଠନ କରାଯାଇଛି । ଏଥିସହ ‘ଆମ କଥା ଭାରତ ସାକ୍ଷରତା’ ନାମରେ ଏକ ଯୋଜନା କାର୍ଯ୍ୟକାରୀ ମଧ୍ୟ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ