ଓଡିଶା

odisha

ETV Bharat / city

ଜଙ୍ଗଲ ଜମିରେ ଖନନ ଅନୁମତି ଦେଇ ଅଡୁଆରେ ଓଡିଶା ସରକାର, ସୁପ୍ରିମକୋର୍ଟର ନୋଟିସ

ଦେଶର ଜଙ୍ଗଲ ଜମି ଓ ଇକୋ ସେନ୍ସିଟିଭ ଅଞ୍ଚଳରେ ଖଣିଜ ଉତ୍ତୋଳନକୁ ଅନୁମତି ଦେବା ନେଇ କିଛି ରାଜ୍ୟ ବିରୋଧରେ ଏକ ଯାଚିକା ଦାଖଲ ହୋଇଥିଲା । ଏହାର ଶୁଣାଣି କରି ଓଡିଶା ସମେତ 7 ରାଜ୍ୟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଜଙ୍ଗଲ ଜମିରେ ଖନନ ଅନୁମତି ଦେଇ ଅଡୁଆରେ ଓଡିଶା ସରକାର, ସୁପ୍ରିମକୋର୍ଟର ନୋଟିସ
ଜଙ୍ଗଲ ଜମିରେ ଖନନ ଅନୁମତି ଦେଇ ଅଡୁଆରେ ଓଡିଶା ସରକାର, ସୁପ୍ରିମକୋର୍ଟର ନୋଟିସ

By

Published : Dec 14, 2020, 8:17 PM IST

ନୂଆଦିଲ୍ଲୀ: ଜଙ୍ଗଲ ଜମିରେ ଖଣିଜ ଉତ୍ତୋଳନକୁ ଅନୁମତି ଦେଇ ଅଡୁଆରେ ଓଡିଶା ସମେତ 7ଟି ରାଜ୍ୟ । ଦେଶର ଜଙ୍ଗଲ ଜମି ଓ ଇକୋ ସେନ୍ସିଟିଭ ଅଞ୍ଚଳରେ ଖଣିଜ ଉତ୍ତୋଳନକୁ ଅନୁମତି ଦେବା ନେଇ କିଛି ରାଜ୍ୟ ବିରୋଧରେ ଏକ ଯାଚିକା ଦାଖଲ ହୋଇଥିଲା, ଯାହାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗ ଉପରେ କୋର୍ଟ ଏହି ସବୁ ରାଜ୍ୟଗୁଡିକର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ ଓ ଜଷ୍ଟିସ ଏଏସ ବୋପନ୍ନା ଏବଂ ଭି ରାମସୁବ୍ରମଣ୍ୟନଙ୍କ ନେତୃତ୍ବାଧିନ ତିନି ଜଣିଆ ଖଣ୍ଡପୀଠ ଆଇନଜୀବୀ ସୁଦୀପ ଶ୍ରୀବାସ୍ତବଙ୍କ ପକ୍ଷରୁ ଦାଖଲ ଯାଚିକାର ଶୁଣାଣି କରିଥିଲେ । ଏହି ମାମଲାରେ ଓଡିଶା ସମେତ ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସରକାରଙ୍କୁ ଉତ୍ତର ମାଗିଛନ୍ତି କୋର୍ଟ ।

ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଖଣିର ନିଲାମ ଏବଂ ଆବଣ୍ଟନ ମାଧ୍ୟମରେ ବିଭିନ୍ନ କୋଇଲା ବ୍ଲକ ଆବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହି ଯାଚିକା ଦାଖଲ କରାଯାଇଥିଲା । ଅଭିଯୋଗରେ ଦର୍ଶାଯାଇଛି ଯେ ସ୍ଥାୟୀ ବିକାଶର ନୀତି ତଥା ସତର୍କତା ନୀତିର ଉଲ୍ଲଂଘନ କରାଯାଇ ଏହି କାର୍ଯ୍ୟ କରାଯାଉଛି । କାରଣ ଭାରତୀୟ କୋଇଲା ଜମାର ମାତ୍ର 15% ଘଞ୍ଚ ଜଙ୍ଗଲ ତଳେ ରହିଛି ଏବଂ ଅବଶିଷ୍ଟ 85% ଆଗାମୀ 50 ରୁ 70 ବର୍ଷ ପାଇଁ କୋଇଲାର ବର୍ଦ୍ଧିତ ଚାହିଦା ପୂରଣ କରିପାରିବ ।

ଘଞ୍ଚ ଜଙ୍ଗଲରେ ଅବସ୍ଥିତ 14ଟି କୋଇଲା ବ୍ଲକର ନିଲାମ ବନ୍ଦ କରିବାକୁ ଏହି ଆବେଦନରେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରିବେଶ, ଜଙ୍ଗଲ ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟର ମିଳିତ ଅଧ୍ୟୟନ ଦ୍ବାରା ଏହାକୁ ନୋ-ଗୋ ଜୋନର ଶ୍ରେଣୀଭୁକ୍ତ କରାଯାଇଥିବା ଜଣାପଡିଛି ।

ABOUT THE AUTHOR

...view details