ଓଡିଶା

odisha

ETV Bharat / city

'ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହେଉଛନ୍ତି ହିଂସାର ଶିକାର' - ଅନୁସୂଚିତ ଜାତି ଓ ଜନଜାତି

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହିଂସାର ଶିକାର ହେଉଛନ୍ତି । ଆଜି(ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

'ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହେଉଛନ୍ତି ହିଂସାର ଶିକାର'
'ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହେଉଛନ୍ତି ହିଂସାର ଶିକାର'

By

Published : Oct 19, 2021, 5:24 PM IST

ଭୁବନେଶ୍ବର:ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି(ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହିଂସାର ଶିକାର ହେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଯୋଜନା ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର କରୁଛି କିନ୍ତୁ ରାଜ୍ୟର ଅନୁସୂଚିତ ଜାତି ଏହି ସୁବିଧା ପାଇପାରୁନାହାନ୍ତି ବୋଲି ସେ କହିଛନ୍ତି । ଏମତି ଅନେକ ପ୍ରସଙ୍ଗ ଉଠାଇ ରାଜ୍ୟରେ ଏହି ନିର୍ଦ୍ଦିଷ୍ଟ ବର୍ଗଙ୍କ ଉପରେ ହିଂସା ବଢିଚାଲିଛି ବୋଲି ସେ କହିଛନ୍ତି ।

'ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହେଉଛନ୍ତି ହିଂସାର ଶିକାର'

ଓଡିଶାରେ ସର୍ବାଧିକ 62ଟି ଜନଜାତି ବସବାସ କରନ୍ତି । 13 ପ୍ରକାର ଆଦିମ ଜନଜାତି ଅଛନ୍ତି । ବିଭିନ୍ନ ଯୋଜନା ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର କରୁଛି । ସମ୍ବିଧାନର ୫ମ ଅନୁଚ୍ଛେଦରେ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । ରାଜ୍ୟରେ TAC ଅଛି । ସେଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି । ହେଲେ ରାଜ୍ୟରେ ବୈଠକ ବସୁନାହିଁ । ଅନୁସୂଚିତ ଜାତି ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ । ଆଦିମ ଜନଜାତି ବସବାସ କରୁଥବା ଜିଲ୍ଲାଗୁଡ଼ିକକୁ ଆକାଂକ୍ଷୀ ଜିଲ୍ଲା କରାଯାଉଛି ।

ବିଭିନ୍ନ ମାଇକ୍ରୋ ପ୍ରକଳ୍ପ ସେଠାରେ ଚାଲିଛି । କେନ୍ଦ୍ର ସରକାର 720 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ତାହା ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିନାହିଁ । ଅନୁସୂଚିତ ଜନଜାତିର 95% ମହିଳା ରକ୍ତହୀନତା ଓ 65% ପ୍ରତିଶତ ଶିଶୁ ପୃଷ୍ଟିହୀନତାର ଶିକାର ବୋଲି ସମୀର କହିଛନ୍ତି ।

ଅନୁସୂଚିତ ଜନଜାତିଙ୍କୁ ପୋଲିସ ଠାରୁ ନ୍ୟାୟ ନ ମିଳିବାରେ ଓଡିଶାରେ ଦେଶରେ ଏକ ନମ୍ବର । ମୋହନ ମାଝୀ ମଧ୍ୟ ବିଦ୍ବେଷ ଓ ହିଂସାର ଶିକାର ହୋଇଛନ୍ତି । ଶାସକ ଦଳର ନେତା ଏଭଳି କରିଥିବା ନେଇ ସୋସିଆଲ ମିଡିଆରେ ଅଡିଓ ଭାଇରାଲ ହେଲା । ଜିଲ୍ଲା ପୋଲିସ ଓ ପ୍ରଶାସନ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଲା । ମୋହନଙ୍କୁ ଯେଉଁ ଶାସକ ଦଳ ନେତା ଅପମାନ ଦେଇଛନ୍ତି ତାଙ୍କର କଲ ରେକେର୍ଡ଼ କାହିଁକି ଯାଞ୍ଚ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ତଳିଆ କର୍ମଚାରୀଙ୍କୁ ବ୍ୟବହାର କରି ଆଦିବାସୀ ମନ୍ତ୍ରୀ ଓ ବିଧାୟକଙ୍କୁ ଅପମାନିତ କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details