ଓଡିଶା

odisha

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏସବିଆଇର 5କୋଟି ସହାୟତା

By

Published : Aug 3, 2019, 4:16 AM IST

ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏସବିଆଇ ଚିପ୍ ଜେନେରାଲ ମ୍ୟାନେଜର ପ୍ରବିନା କାଲା ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

ଫଟୋ ସୈଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏସବିଆଇ ପକ୍ଷରୁ ଫନି ସହାୟତା । ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏସବିଆଇ
ଚିପ୍ ଜେନେରାଲ ମ୍ୟାନେଜର ପ୍ରବିନା କାଲା ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।


ଏହାସହ 9 ହଜାର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପକ୍ଷରୁ ଆଦାୟ ହୋଇଥିବା 66ଲକ୍ଷ ଟଙ୍କାର ଆଉ ଏକ ଚେକ୍ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରବିନା । ଏହାସହ ଏସବିଆଇ ତରଫରୁ ବାତ୍ୟା ଫନି ପରେ 19ହଜାର ମଶାରି ମଧ୍ୟ ବଣ୍ଟନ କରାଯାଇଥିବା ସେ କହିଛନ୍ତି ।

ଭିଡିଓ ସୈଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଠାରେ ସୂଚନାଯୋଗ୍ୟ, ଓଡିଶାର ଫନି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସହାୟତା ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ 11000ରୁ ଅଧିକ ଋଣ ଏହାର ଫନି ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଇଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details