ଓଡିଶା

odisha

ETV Bharat / city

କଂଗ୍ରେସ ମିଡ଼ିଆ ସେଲ୍‌ ଆବାହକ ପଦରୁ ସତ୍ୟ ପ୍ରକାଶ ନାୟକଙ୍କ ଇସ୍ତଫା, ସାଧାରଣ ସମ୍ପାଦକ ପଦ ବି ଛାଡ଼ିଲେ - କଂଗ୍ରେସ ମିଡ଼ିଆ ସେଲ ଆବାହକ ପଦରୁ ଇସ୍ତଫା ଦେଲେ ସତ୍ୟ

ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ୍‌ ଆବାହକ ପଦ ଏବଂ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ । ଅଧିକ ପଢ଼ନ୍ତୁ

satya prakash nayak resignation from congress media cell chairman
କଂଗ୍ରେସ ମିଡ଼ିଆ ସେଲ ଆବାହକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ

By

Published : Oct 18, 2022, 1:57 PM IST

Updated : Oct 18, 2022, 4:04 PM IST

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ୍‌ ଆବାହକ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ । ରାଜ୍ୟ ପ୍ରଭାରୀଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରତିକ୍ରିୟା ରଖିଛନ୍ତି ।

କଂଗ୍ରେସ ମିଡ଼ିଆ ସେଲ୍‌ ଆବାହକ ପଦରୁ ସତ୍ୟ ପ୍ରକାଶ ନାୟକଙ୍କ ଇସ୍ତଫା, ସାଧାରଣ ସମ୍ପାଦକ ପଦ ବି ଛାଡ଼ିଲେ

ସତ୍ୟ ପ୍ରକାଶ ନାୟକ କହିଛନ୍ତି, "ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଗତ ସୋମବାର ନିର୍ବାଚନ ହେଲା । ଏଥିପାଇଁ ପ୍ରଦେଶ କଂଗ୍ରେସରେ ପିସିସି ସଦସ୍ୟଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ୪୨୭ ଜଣ ଏଥିରେ ସାମିଲ ଥିଲେ । ଯେଉଁମାନେ ତିଆରି କରିଛନ୍ତି ସେମାନେ ଅତି ବୁଝିସୁଝି ଏହାକୁ ପ୍ରସ୍ତୁତ କରିଛନ୍ତି । ଯେଉଁମାନେ କଂଗ୍ରେସ ପାଇଁ କିଛି କରି ପାରିବେ ସେମାନଙ୍କ ନାମ ରହିଛି । ମୋର ନାମ ନାହିଁ । ଯଦିଓ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଦାୟିତ୍ବରେ ଅଛି କିମ୍ବା ମିଡିଆ ସେଲ୍‌ ଆବାହକ ଅଛି । ତା ଛଡ଼ା ପୁରୀ ଲୋକସଭା ଆସନରେ ମୁଁ କଂଗ୍ରେସର ପ୍ରାର୍ଥୀ ରହିଛି । ଏସବୁ ସତ୍ତ୍ବେ ପ୍ରଦେଶ କଂଗ୍ରେସ ସଦସ୍ୟ ତାଲିକାରେ ମୋର ନାମ ନାହିଁ । ଜାତୀୟ କଂଗ୍ରେସ ସଭାପତି ପଦ ପାଇଁ ମୁଁ ମୋର ମତଦାନ କରି ପାରିଲିନି । ମୁଁ ଭାବୁଛି ମୋ ପାଖରେ ଯାହା ଗୁଣବତ୍ତା ରହିଛି ତାହା କଂଗ୍ରେସ ପାଇଁ ଆଉ ଆବଶ୍ୟକ ନାହିଁ । ଏ ଦୃଷ୍ଟିରୁ ମିଡିଆ ଆବାହକ ପଦ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରା ଏ ଚେଲ୍ଲା କୁମାରଙ୍କୁ ମୁଁ ମିଡିଆ ସେଲ୍‌ ଆବାହକ ତଥା ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛି । କିନ୍ତୁ ଏବେ କଂଗ୍ରେସରେ ରହିଛି । ଯିଏ ବି ସେହି ତାଲିକା ପ୍ରସ୍ତୁତ କରିଛନ୍ତି ଅତି ଭାବିଚିନ୍ତି କରିଛନ୍ତି ।"

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାଜ୍ୟ କଂଗ୍ରେସ ଭବନରେ ସୋମବାର ମତଦାନ କରିଥିଲେ ପିସିସି ସଦସ୍ୟ । ରାଜ୍ୟରେ କଂଗ୍ରେସର ୮ ବିଧାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ପିସିସି ସଭାପତି ଏବଂ ଅନ୍ୟ ପିସିସି ସଦସ୍ୟ ମାନେ ମତଦାନ କରିଥିଲେ । ସମୁଦାୟ ୪୧୨ଟି ଭୋଟ ରାଜ୍ୟରୁ ଗ୍ରହଣ କରାଯାଇଥିବା ବେଳେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମତଦାନରୁ ନିଜକୁ ଦୂରେଇ ରଖିଥିଲେ । ସେପଟେ ପିସିସି ସଦସ୍ୟ ତାଲିକାରୁ ସତ୍ୟ ପ୍ରକାଶ ନାୟକଙ୍କ ନାମ ନଥିବାରୁ ସେ ମତଦାନରୁ ବଞ୍ଚିତ ହୋଇଥିଲେ ।

କଂଗ୍ରେସ ହାଇକମାଣ୍ଡ ପଦ ଅଳଙ୍କୃତ କରିବା ପାଇଁ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦ୍ବିତା । ଏନେଇ ଦେଶବ୍ୟାପୀ ଆଜି ମତଦାନ ହୋଇଥିଲା । ଆସନ୍ତା ୧୯ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ସାରା ଦେଶରେ ୪୦ଟି କେନ୍ଦ୍ରରେ ୯ ହଜାର ୮୦୦ ପିସିସି ସଦସ୍ୟ ମତଦାନ କରିବା ପାଇଁ ମୋଟ ୬୭ଟି ବୁଥର ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ବରସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ ଗ୍ରହଣ ହୋଇଥିଲା । ତେବେ ଏଠାରେ ରାଜ୍ୟର ୪୨୭ ପିସିସି ସଦସ୍ୟ ମତଦାନ କରିବା ନେଇ ବ୍ୟବସ୍ଥା ହୋଇଥିବା ବେଳେ ୪୧୨ ଜଣ ସଦସ୍ୟ ଭୋଟ ଦେଇଛନ୍ତି । ଭୁବନେଶ୍ବର କଂଗ୍ରେସ ଭବନରେ ସକାଳ ୧୦ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2022, 4:04 PM IST

ABOUT THE AUTHOR

...view details