ଭୁବନେଶ୍ବର: ସତ୍ୟନଗର ଶ୍ମଶାନରେ କାର୍ଯ୍ୟକରୁଥିବା 20ରୁ ଉର୍ଦ୍ଧ୍ବ ଯୋଦ୍ଧାଙ୍କୁ ଆଜି ଜୟ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ସାନିଟାଇଜର, ଗ୍ଲୋବସ, ମାସ୍କ , ଛତା ଓ ଗଞ୍ଜି ଆଦି ପ୍ରଦାନ କରାଯିବା ସହ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ଉଭୟ ଅନୁଷ୍ଠାନର ସଭାପତି ଓ ବିଏମସିର ଅଧିକାରୀମାନେ । କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଯୋଗୁଁ ସେମାନଙ୍କୁ ସମ୍ମାନିତ କରାଯାଇଛି ।
ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା - କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ସତ୍ୟନଗର ଶ୍ମଶାନରେ କାର୍ଯ୍ୟ କରୁଥିବା 20 ରୁ ଉର୍ଦ୍ଧ୍ବ ଯୋଦ୍ଧାଙ୍କୁ ଆଜି ଜୟ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ସାନିଟାଇଜର, ଗ୍ଲୋବସ, ମାସ୍କ , ଛତା ଓ ଗଞ୍ଜି ଆଦି ପ୍ରଦାନ କରି ସମ୍ମାନିତ କରିଯାଇଛି । ଅଧିକ ପଢନ୍ତୁ

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଏହି ଦୁଃସମୟରେ ପରିବାର ସଦସ୍ୟ ସେମାନଙ୍କ ଶବ ସତ୍କାରର ସୁଯୋଗ ପାଉ ଥିବାବେଳେ ଏମାନେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଭଳି ତାଙ୍କର ସତ୍କାର କରି ଥାଆନ୍ତି । ଯାହାକି ମାନବିକତାର ଉଦାହରଣ । ତେଣୁ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଆଗକୁ ଆହୁରି ଏପରି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବିଏମସିର ଡେପୁଟି କମିଶନର ଅଂଶୁମାନ ରଥ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ