ଓଡିଶା

odisha

ETV Bharat / city

ଆସନ୍ତାକାଲି କଂଗ୍ରେସ ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ - congress foundation day

ଆସନ୍ତାକାଲି (ଶନିବାର) କଂଗ୍ରେସର 134 ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

congress foundation day
ଆସନ୍ତାକାଲି କଂଗ୍ରେସର ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ

By

Published : Dec 27, 2019, 10:10 PM IST

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ଜୋଶ ନେଇ ଆସୁଛି କଂଗ୍ରେସ । ସାଧାରଣ ନିର୍ବାଚନର ବିପର୍ଯ୍ୟୟ ଭୁଲି ଉଠିବ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ । ପୌର ନିର୍ବାଚନ ପାଇଁ ସବୁ ଅଞ୍ଚଳ ବୁଲି ସଂଗଠନ ସଜାଡିବେ ଟିମ୍‌ ନିରଞ୍ଜନ । ଏମିତି ଅନେକ କିଛି ଖସଡା ପ୍ରସ୍ତୁତ କରିଛି ଦଳ ।

ଆସନ୍ତାକାଲି କଂଗ୍ରେସର ପ୍ରତିଷ୍ଠା ଦିବସ, ନୂଆ ଜୋସ ନେଇ ଆସୁଛି ଦଳ

ଆସନ୍ତାକାଲି (ଶନିବାର) ଦଳର 134 ତମ ପ୍ରତିଷ୍ଠା ଦିବସ । ଆଉ କାଲି ହିଁ ଏସବୁର ମୂଳଦୁଆ ପଡିବ । ତେବେ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାପରେ ସମସ୍ତେ ଏକତ୍ରିତ ହୋଇ ରାଜଭବନ ଅଭିମୁଖେ ଏକ ବିଶାଳ ରାଲିରେ ଯିବେ । ଦେଶବ୍ୟାପୀ ଦଳ ଆରମ୍ଭ କରିଥିବା ଭାରତ ବଞ୍ଚାଓ ଆନ୍ଦୋଳନରେ ସାମିଲ ହେବେ ଶତାଧିକ ନେତା ଓ କର୍ମୀ । ରାଜ୍ୟପାଳଙ୍କୁ ଭେଟି ଅର୍ଥନୈତିକ ସ୍ଥିତି, ନାଗରିକତା ସଂଶୋଧନ ଆଇନ ସମେତ କେନ୍ଦ୍ର ସରକାରଙ୍କ ବିଫଳତାର ଫର୍ଦ୍ଦ ଥୋଇବ ଦଳ । ବାସ ତାପରଠୁ ଦଳ ପୁରା ଦମରେ ଲାଗିବ ବୋଲି କୁହାଯାଇଛି ।

କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଜନମତ ସୃଷ୍ଟି କରିବା ସହିତ ସମାନ୍ତରାଳ ଭାବରେ ନିଜ ସଙ୍ଗଠନକୁ ଛିଡା କରିବ । ଏହାପରେ ଜାନୁଆରୀ ପ୍ରଥମ ସପ୍ତାହରେ ଦଳ ସବୁ କମିଟି ଘୋଷଣା କରିବ । କମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଦଳ ସମାବେଶ କରିବ। ସହ ଶୋଇ ପଡିଥିବା କର୍ମୀଙ୍କୁ ଉଠାଇବ ଆଉ ନୂଆ ଯୁବକଙ୍କୁ ଆଣି ଦଳକୁ ଚଳଚଞ୍ଚଳ କରିବ । ଏମିତି କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details