ଓଡିଶା

odisha

ETV Bharat / city

ଏମ୍ସରେ ପ୍ରତିଷ୍ଠା ହେବ ପ୍ରଥମ ସାଟେଲାଇଟ୍ ବ୍ରେନ୍ ବାୟୋ-ବ୍ୟାଙ୍କ୍ - ପ୍ରଥମ ବ୍ରେନ ବାୟୋ ବ୍ୟାଙ୍କ

ଖୁବଶୀଘ୍ର ଏମ୍ସରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସାଟେଲାଇଟ୍‌ ବ୍ରେନ ବାୟୋ-ବ୍ୟାଙ୍କ । ଅଧିକ ପଢନ୍ତୁ...

ଏମ୍ସରେ ପ୍ରତିଷ୍ଠା ହେବ ପ୍ରଥମ ସାଟେଲାଇଟ୍ ବ୍ରେନ୍ ବାୟୋ-ବ୍ୟାଙ୍କ୍
ଏମ୍ସରେ ପ୍ରତିଷ୍ଠା ହେବ ପ୍ରଥମ ସାଟେଲାଇଟ୍ ବ୍ରେନ୍ ବାୟୋ-ବ୍ୟାଙ୍କ୍

By

Published : Sep 28, 2021, 7:17 AM IST

ଭୁବନେଶ୍ବର: ଖୁବଶୀଘ୍ର ଏମ୍ସରେ ପ୍ରତିଷ୍ଠା ହେବ ସାଟେଲାଇଟ୍‌ ବ୍ରେନ ବାୟୋ-ବ୍ୟାଙ୍କ । ଭୁବନେଶ୍ବରସ୍ଥିତ ଏମ୍ସରେ ଏହି ବାୟୋ-ବ୍ୟାଙ୍କ ପାଇଁ ଫଣ୍ଡ ଯୋଗାଇ ଦେବ ଆଇସିଏମଆର । ଏଭଳି ବ୍ୟାଙ୍କ ପୂର୍ବ ଭାରତରେ ପ୍ରଥମ ହେବ ।

ମସ୍ତିଷ୍କ ବାୟୋ-ବ୍ୟାଙ୍କ ସୁବିଧା ପୂର୍ବାଞ୍ଚଳ ଜୋନ୍ ଓ ଭାରତରେ ସ୍ନାୟୁ ବିଜ୍ଞାନ ଅନୁସନ୍ଧାନକୁ ବୃଦ୍ଧି କରିବ । ଏହା ବିଭିନ୍ନ ସ୍ନାୟୁଗତ ରୋଗର ପାଥୋ ବାୟୋଲୋଜି ବିଷୟରେ ଜାଣିବାରେ ସାହାଯ୍ୟ କରିବ, ଯାହା ରୋଗ ନିର୍ଣ୍ଣୟ, ପୂର୍ବାନୁମାନ, ପରିବର୍ତ୍ତନ ଓ ଚିକିତ୍ସା କ୍ଷେତ୍ରରେ ବିକାଶ ଦିଗକୁ ଗତି କରିବ ।

ବର୍ଷକୁ ପ୍ରାୟ ଏକ ହଜାରରୁ ଅଧିକ ସ୍ନାୟୁଗତ ସମସ୍ୟା ନେଇ ମସ୍ତିଷ୍କ ରୋଗୀ ଏମ୍ସକୁ ଆସିଥାନ୍ତି । ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ବର୍ଗରେ ବିଶେଷକରି ବୟସ୍କଙ୍କ ମଧ୍ୟରେ ଏଭଳି ସ୍ନାୟୁଗତ ସମସ୍ୟା ଅଧିକ ହେବାରେ ଲାଗିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details