ଓଡିଶା

odisha

ETV Bharat / city

ଫୋକସରେ ଚାଷୀଙ୍କ ଆୟ ବୃଦ୍ଧି: ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି, ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ - କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସରକାରଙ୍କ ଗୁରିତ୍ବ

କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଓ ରବି ଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡି ଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଅଧିକ ପଢନ୍ତୁ

ଫୋକ୍ସରେ ଚାଷୀଙ୍କ ଆୟ ବୃଦ୍ଧି: ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି, ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ
ଫୋକ୍ସରେ ଚାଷୀଙ୍କ ଆୟ ବୃଦ୍ଧି: ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି, ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ

By

Published : Apr 26, 2022, 7:50 AM IST

ଭୁବନେଶ୍ବର: କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଓ ରବି ଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡିଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ମଡେଲ୍ ମଣ୍ଡିରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ରହିବ । ଏହା ଚାଷୀମାନଙ୍କର ଆବଶ୍ୟକତା ପୂରଣ ଦିଗରେ ସହାୟକ ହେବ । ଏହା ସହିତ ଚାଷୀ ସହଜ ଓ ସୁବିଧାରେ ସେମାନଙ୍କର କୃଷିଜାତ ଦ୍ରବ୍ୟ ମଣ୍ଡିରେ ବିକ୍ରି କରିପାରିବେ । ସରକାରଙ୍କ ଦ୍ଵାରା ପ୍ରଦତ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଫୋକ୍ସରେ ଚାଷୀଙ୍କ ଆୟ ବୃଦ୍ଧି: ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି, ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ

ଲୋକସେବା ଭବନରେ ଆଜି(ସୋମବାର) ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଛି । ଆୟୋଜିତ ବୈଠକରେ ମନ୍ତ୍ରୀ ଅଧ୍ୟକ୍ଷତା କରି କହିଛନ୍ତି ଯେ, ମଡେଲ ମଣ୍ଡି ନିର୍ମାଣ ଦ୍ଵାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୁତ ଉନ୍ନତି ଆସିପାରିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ୍ ମଣ୍ଡି ନିର୍ମାଣ କରାଯିବ । ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରାଯିବ । ଏହି ଜିଲ୍ଲାରେ ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯାଉଛି । ଏହା ଦ୍ଵାରା ଚାଷୀଙ୍କଠାରୁ ଧାନ, ଡାଲି ଓ ତୈଳବୀଜ ସୁବିଧାରେ ସଂଗ୍ରହ ହେବ । ଏହା ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ସାର ଓ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ସୁବିଧା ହେବ । ପ୍ୟାକ୍ସ/ଲ୍ୟାମ୍ପସ୍‌ଗୁଡ଼ିକୁ ୱାନ୍ ଷ୍ଟପ୍ ସେଣ୍ଟରରେ ପରିଣତ କରାଯାଇ ଚାଷୀମାନଙ୍କୁ ଗୋଟିଏ ସ୍ଥାନରେ ସବୁପ୍ରକାରର ସୁବିଧା ସୁଯୋଗ ଦିଆଯାଇପାରିବ । ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ବହୁମୁଖୀ ଗୋଦାମ ଗୃହର ମଡେଲ ଡିଜାଇନ୍ ଓ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ପ୍ରତିଟି ବହୁମଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବହୁମୁଖୀ ଗୋଦାମ ଗୃହରେ ଅଫିସ କାର୍ଯ୍ୟାଳୟ ସମେତ ପାନୀୟ ଜଳ ଓ ଶୌଚାଳୟର ସୁବିଧା ରହିବ ।

ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବୈଠକରେ ପ୍ୟାକ୍ସ/ଲ୍ୟାମ୍ପସ୍‌ର ଅଡ଼ିଟ୍ କାର୍ଯ୍ୟକୁ ତ୍ୱରାନ୍ବିତ କରି ବକେୟା ଅଡିଟ୍ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମବାୟ ବିଭାଗର ସଚିବ ତଥା ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ସଦସ୍ୟ ସଚିବ ସଂଜୀବ କୁମାର ଚଢ଼ା, ସମବାୟ ସମିତି ସମୂହର ନିବନ୍ଧକ ଡ. ଉଦ୍ଧବ ଚରଣ ମାଝୀ, ସମବାୟ ବିଭାଗର ସ୍ଵତନ୍ତ୍ର ସଚିବ ତଥା ଅଡିଟର ଜେନେରାଲ, ସମବାୟ ସମିତି ଭରତ ଚନ୍ଦ୍ର ବେହେରାଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details