ଭୁବନେଶ୍ବର: ଓଡିଶା ସରକାରଙ୍କ ନିକଟରେ 15 ହଜାର ଟେଷ୍ଟିଂ କରିବାର କ୍ଷମତା ଥିବା କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର । ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ମନ୍ତବ୍ୟର ଉତ୍ତର ଦେଇ ସସ୍ମିତ କହିଛନ୍ତି, ସେ ପ୍ରଥମେ ନିଜ ଶାସିତ ରାଜ୍ୟମାନଙ୍କ ସୂଚନା ଦେଖନ୍ତୁ । ସେମାନେ ସମସ୍ତେ ମଧ୍ୟ କେନ୍ଦ୍ର ଓ ଆଇସିଏମଆରର ନିର୍ଦ୍ଦେଶ ଅନୁସାରେ ଟେଷ୍ଟିଂ କରୁଥିବା କହିଛନ୍ତି । ଏହି କୋରୋନା ଯୁଦ୍ଧ ସମୟରେ ବିରୋଧୀ ଦଳମାନେ ନିମ୍ନମାନର ରାଜନୀତି କରିବା ଉଚିତ ନୁହେଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କୋରୋନା ଯୁଦ୍ଧରେ ସରକାରଙ୍କୁ ସହଯୋଗ କରିବାକୁ ବିରୋଧୀଙ୍କୁ ସସ୍ମିତଙ୍କ ଆହ୍ବାନ - ସସ୍ମିତ ପାତ୍ର
କୋରୋନା ଯୁଦ୍ଧ ସମୟରେ ବିରୋଧୀ ଦଳମାନେ ନିମ୍ନମାନର ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...
କୋରୋନା ଯୁଦ୍ଧରେ ସରକାରଙ୍କୁ ସହଯୋଗ କରିବାକୁ ବିରୋଧୀଙ୍କୁ ସସ୍ମିତଙ୍କ ଆହ୍ବାନ
ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେପରି ପଞ୍ଚାୟତ ପର୍ଯ୍ୟନ୍ତ ଟିଏମସି ସ୍ଥାପନ କରାଯାଇ କୋରୋନା ଚିକିତ୍ସା କରାଯାଉଛି, ତାହା ଅନ୍ୟ କେଉଁ ରାଜ୍ୟ ଏପରିକି ବିଜେପି ଶାସିତ ରାଜ୍ୟଗୁଡିକରେ ମଧ୍ୟ ହୋଇନାହିଁ। ଏହା ଓଡିଶା ସରକାରଙ୍କ ଏକ ବଡ ସଫଳତା । ତେବେ ଏପରି ପରିସ୍ଥିତିରେ ସରକାରଙ୍କୁ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ସସ୍ମିତ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ