ଭୁବନେଶ୍ବର: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପ୍ରଶଂସା । ଗତ 6 ମାସ ମଧ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ।
ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପ୍ରଶଂସା । ଓଡିଆରେ ସାଂସଦଙ୍କ ମହାନଦୀ ପ୍ରସଙ୍ଗ ଉପସ୍ଥାପନକୁ ଭେଙ୍କିୟା ନାଇଡୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...
ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’
ଶୁକ୍ରବାର ଶୂନ୍ୟକାଳରେ ସାଂସଦ ପାତ୍ର ଓଡ଼ିଆରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ । ତାଙ୍କ ବକ୍ତବ୍ୟ ପରେ ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଓଡ଼ିଆରେ କହିଥିଲେ ଉତ୍ତମ କହୁଛି । ଏହା ସହ ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସସ୍ମିତଙ୍କ ନାଁରେ ନିଜ ସ୍ବାକ୍ଷରିତ ଏକ ପ୍ରଶଂସାପତ୍ର ଦେଇଥିଲେ । ଯାହାକୁ ସାଂସଦ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
TAGGED:
ବିଜେଡି ସାଂସଦ