ଭୁବନେଶ୍ବର: ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କୁ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ମିଳିଛି । ଏହା ସହିତ ସାଂସଦ ଅମର ପଟ୍ଟନାୟକ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଉଭୟଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ହେଲେ ସସ୍ମିତ, ଅମର ସାଧାରଣ ସମ୍ପାଦକ - ରାଜ୍ୟସଭା ମୁଖ୍ୟ ସଚେତକ
ରାଜ୍ୟସଭା ମୁଖ୍ୟ ସଚେତକ ଭାବେ ସସ୍ମିତ ପାତ୍ର ଓ ଦଳର ସାଧାରଣ ସମ୍ପାଦକ ଭାବେ ଅମର ପଟ୍ଟନାୟକଙ୍କୁ ନିଯୁକ୍ତି । ଉଭୟଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫାଇଲ ଫଟୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ମୋହର ମାରିଛନ୍ତି । ସସ୍ମିତ ପାତ୍ର ଗତ କିଛି ଦିନ ଧରି ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହିତ ତାଙ୍କର ପ୍ରଦର୍ଶନ ଭଲ ରହିଥିବାରୁ ସୁପ୍ରିମୋ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିବା ଦଳ ତରଫରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ