ଓଡିଶା

odisha

ETV Bharat / city

ଏସଇବିସି ଓ ଓବିସି ବିବାଦ; ଜବାବ ରଖିଲା ବିଜେଡି - ଏସିବିସି ଓ ଓବିସି ବିବାଦ

ରାଜ୍ୟରେ ଏସଇବିସି ଓ ଓବିସିଙ୍କ ଗଣନା ପାଇଁ ସରକାର କ୍ୟାବିନେଟରେ ସଂକଳ୍ପ ଆଣିବାପରେ ଆରମ୍ଭ ହୋଇଛି ବାକ୍-ବିତଣ୍ଡା । ସରକାରଙ୍କୁ ଘେରିଛି ବିରୋଧି ବିଜେପି । ଯାହାର ଉତ୍ତର ରଖିଛି ବିଜେଡ଼ି ।

sasmit-patra-answering-on-scbc-and-obc-case
sasmit-patra-answering-on-scbc-and-obc-case

By

Published : Jan 13, 2020, 5:20 PM IST

Updated : Jan 13, 2020, 10:45 PM IST

ଭୁବନେଶ୍ବର: ରାଜ୍ୟ ସରକାର ଏସଇବିସି ଓ ଓବିସିଙ୍କ ଗଣନା ନେଇ ରାଜ୍ୟ କ୍ୟାବିନେଟରେ ଆସିଥିବା ସଂକଳ୍ପକୁ ନେଇ ଥମୁନି ରାଜନୀତି। 20 ବର୍ଷ ପରେ କାହିଁକି ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଇବିସି ଗଣନା କଥା ମନେ ପଡିଲା ବୋଲି ପୂର୍ବରୁ ପ୍ରଶ୍ନ କରିଛି ବିଜେପି । ଏହା ସହ ରାଜ୍ୟରେ ଓବିସି ମାନଙ୍କୁ ମଣ୍ଡଳ କମିଶନ ଅନୁସାରେ ରିଜରଭେସନ ଦେବାକୁ ଦାବି କରିଛନ୍ତି ବିଜେପି ନେତା । ଏହାର ଜବାବ ରଖିଛି ବିଜେଡି ।

ଏସଇବିସି ଓ ଓବିସି ବିବାଦ; ଜବାବ ରଖିଲା ବିଜେଡି

ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ରାଜ୍ୟ ସରକାର ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛନ୍ତି। କିନ୍ତୁ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ପାରିବେନି ବୋଲି କୋର୍ଟ କହିବାରୁ ସମସ୍ୟା ରହୁଛି । 2011ର କମ୍ୟୁନିଟି ବେଶ ଡାଟା ରିଲିଜ କରନ୍ତୁ ବୋଲି ଆମେ କେନ୍ଦ୍ରକୁ ଦାବି କରିଛୁ।

ସେ ଆହିରୁ କହିଛନ୍ତି, 2021 ଜନଗଣନାରେ କୌଣସି ସୁବିଧା ନଥିବାରୁ ଆମେ ସ୍ଥାନ ପାଇଁ କହୁଛୁ । ଏହା ହେଲେ ସୁବିଧା ହେବ। ବିଜେପି ଅଭିଯୋଗ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ସମର୍ଥନ ସହିତ କେନ୍ଦ୍ରକୁ ଜଣାଇଲେ ଶୀଘ୍ର ଏହା ହେବ । ତଥ୍ୟ ଜଲଦି ଆସିଲେ ସରକାର ଇଂପ୍ଲିମେଣ୍ଟ କରିବେ। 50 ପ୍ରତିଶତରୁ ଅଧିକେ ହେଲେ ଇଂପ୍ଲିମେଣ୍ଟ କରିପାରିବେନି କହିଥିଲେ କୋର୍ଟ ।


ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ ରାଜ୍ୟର ବିଜେପି ନେତା ମାନେ କେନ୍ଦ୍ରକୁ ତଥ୍ୟ ଦେବା ପାଇଁ ଅନୁରୋଧ କରନ୍ତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 13, 2020, 10:45 PM IST

ABOUT THE AUTHOR

...view details