ଓଡିଶା

odisha

ETV Bharat / city

ସାରୁଅ ଜମି ଦୁର୍ନୀତି ମାମଲାରେ ଓରଟେଲ ପୂର୍ବତନ କର୍ମଚାରୀ ଗିରଫ - ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା

ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ହେଲେ ଓରଟେଲର ପୂର୍ବତନ କର୍ମଚାରୀ । ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଅଧିକ ପଢନ୍ତୁ...

ସାରୁଅ ଜମି ଦୁର୍ନୀତି ମାମଲାରେ ଓରଟେଲ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ
ସାରୁଅ ଜମି ଦୁର୍ନୀତି ମାମଲାରେ ଓରଟେଲ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ

By

Published : Nov 1, 2020, 6:11 PM IST

Updated : Nov 1, 2020, 7:18 PM IST

ଭୁବନେଶ୍ବର : ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ହେଲେ ଓରଟେଲର ପୂର୍ବତନ କର୍ମଚାରୀ । ଗିରଫ କଲା କ୍ରାଇମବ୍ରାଞ୍ଚର ଈଓଡବ୍ଲୁ ।

ସାରୁଅ ଜମି ଦୁର୍ନୀତି ମାମଲାରେ ଓରଟେଲ ପୂର୍ବତନ କର୍ମଚାରୀ ଗିରଫ

ସୂଚନା ଅନୁଯାୟୀ ଖୋର୍ଦ୍ଧାର ବାଘମାରୀ ଥାନାରେ ସାରୁଅ ଜମି ଦୁର୍ନୀତି ମାମଲାରେ ଅନୁସୂଚିତ ଜାତିର ଜମିକିଣା ବିକାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ମନୋରଞ୍ଜନ ଷଡଙ୍ଗୀକୁ ଗିରଫ କରିଛି । ଓଡିଶା ଇନଫ୍ରା ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ତଥା ପୂର୍ବତନ ଓରଟେଲ କର୍ମଚାରୀ ମନୋରଜନ ଷଡଙ୍ଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚର ଈଓଡବ୍ଲୁ ଟିମ ।

ଜମି କିଣାବିକାରେ ଦୁର୍ନୀତି ହୋଇଥିବା ପ୍ରକ୍ରିୟାରେ କାର୍ଯାନୁଷ୍ଠାନ ନେଇଛି ଅର୍ଥନୈତିକ ଅପରାଧା ଶାଖା ।

୪୨୦- ଠକେଇ
୪୨୩- ଅସାଧୁ ଉପାୟରେ ହାତେଇବା
୪୬୭-ଠକେଇ ପରେ ଫର୍ଜରି କରିବା
୪୬୮-ଠକେଇ ଉଦେଶ୍ଯରେ ହାତେଇବା
୪୭୧-ଜାଣତ ଓ ଅଜାଣତରେ ଠକେଇ କରିବା ଆଦି ମାମଲା

ସାରୁଅ ଜମି ଦୁର୍ନୀତି ମାମଲାରେ ଓରଟେଲ ପୂର୍ବତନ କର୍ମଚାରୀ ଗିରଫ

ସହ ଅପରାଧିକ ମାମଲା ୧୨୦ ବି ରେ ଗିରଫ କରି କୋର୍ଟରେ ହାଜର କରାଯାଇଛି। ଏହା ସହ ଏସଏସଟି ଆକ୍ଟରେ ମଧ୍ୟ ଗିରଫ କରି ଭୁବନେଶ୍ବର ଜିଲ୍ଲା କୋର୍ଟରେ ହାଜର କରିଛି । ବର୍ତ୍ତମାନ ସେ ଘରୋଇ ଗଣମାଧ୍ୟମର ସିଏଫଓ ରହିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Nov 1, 2020, 7:18 PM IST

ABOUT THE AUTHOR

...view details