ଭୁବନେଶ୍ବର: ଜାନୁଆରୀ ୨୦ରୁ ରାଜଧାନୀରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା । ବୟନିକା ପକ୍ଷରୁ ଆୟୋଜିତ ଏହି ମେଳାରେ ୧୭ ରାଜ୍ୟର ବୁଣାକାର ତଥା ବ୍ୟବସାୟୀ ସାମିଲ ହୋଇଛନ୍ତି । ରାଜ୍ୟ ବାହାରକୁ ପ୍ରାୟ ୫୦ ଟି ଷ୍ଟଲରେ ବୁଣାକାର ହସ୍ତଶିଳ୍ପର ପସରା ମେଲିଥିବା ବେଳେ ଶାଢ଼ୀର ଚାହିଦା ବେଶୀ ରହିଛି । ଓଡିଶା ସମେତ ବିଭିନ ରାଜ୍ୟର ନିଆରା ଓ ନୂଆ କାରୁକାର୍ଯ୍ୟର ଦାମୀ ଶାଢ଼ୀ ଏଠାରେ ମିଳୁଥିବା ବେଳେ ଦାମକୁ ଖାତିର ନକରି ମନ ପସନ୍ଦର ଶାଢ଼ୀ କିଣୁଛନ୍ତି ଦର୍ଶକ ।
ଜାତୀୟ ହସ୍ତତନ୍ତ ମେଳାର ବିଭିନ୍ନ ଷ୍ଟଲ ଗୁଡିକ ରହିଥିବାବେଳେ ଏଠାରେ ମୁଖ୍ୟ ଆକର୍ଷଣ ସଜିଛି ଶାଢୀ । ରଙ୍ଗ ବେରଙ୍ଗର ଶାଢୀରେ ସଜେଇ ହୋଇଛି ସେ କାଞ୍ଜିବରମ ହେଉ ଅବା ବନାରସୀ ସିଲକ । ଆଉ ବୁଣାକାରଙ୍କ ନିଖୁଣ କାରୀଗରିରେ ଏହାର ଚମକକୁ ଆହୁରି ଦିଗୁଣିତ କରୁଛି। ତେଣୁ ବାହାଘର ଋତୁ ଚାଲିଥିବାରୁ ଏହି ଆକଷର୍ଣୀୟ ଶାଢୀର ଚାହିଦା ବି ବେଶ ଆକୃଷ୍ଟ କରୁଛି ରାଜଧାନୀବାସୀଙ୍କୁ। ଦୀର୍ଘ ଦିନ ପରେ ଭୁବନେଶ୍ବରରେ ଏଭଳି ମେଳାର ଆୟୋଜନ ହେଉଥିବାରୁ ଥର୍ମାଲ ସ୍କ୍ରିନିଂ ସହ ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମାନି ଲୋକମାନେ ଆସି ମନ ପସନ୍ଦର ଶାଢୀ କିଣୁଥିବା ଦେଖିବାକୁ ମିଳିଛି। ଯେଉଠି କାଞ୍ଜିବରମ ସିଲକର ଚାହିଦା ଅଧିକ ରହିଛି। ବଜାରରେ ଏବେ ସିଲକର ଟ୍ରେଣ୍ଡ ଚାଲୁଥିବା ବେଳେ ଏହି ଶାଢୀ ଅଧିକ ବିକ୍ରି ହେଉଛି। 200ରୁ ହଜାର ରୁ ଆରମ୍ଭ କରି ୨ଲକ୍ଷରୁ ୪ଲକ୍ଷ ପର୍ଯ୍ୟନ୍ତ ରହିଛି ଶାଢ଼ୀ ଦାମ । ହେବି ସିଲ୍କ ସହ ସିଲଭର, ଗୋଲଡ ଜରି କୋଟିଙ୍ଗର ନିଆରା ଓ ନୂଆ କାରୁକାର୍ଯ୍ୟର ଦାମୀ ଶାଢ଼ୀ ଏଠାରେ ମିଳୁଥିବା ବେଳେ ଦାମକୁ ଖାତିର ନକରି ମନ ପସନ୍ଦର ଶାଢ଼ୀ କିଣୁଛନ୍ତି ଦର୍ଶକ ।