ଓଡିଶା

odisha

ETV Bharat / city

Sarathi Baba: ରାଜଧାନୀରେ ଏକାଠି ହେଲେ ଭକ୍ତ, ବ୍ୟାନର ଲଗାଇ ପାଳିଲେ ଜନ୍ମଦିନ

କାର୍ତ୍ତିକ ପୂର୍ଣ୍ଣିମାରେ ପୁଣି ସକ୍ରିୟ ହୋଇଛନ୍ତି ସାରଥୀ ବାବାଙ୍କ ଭକ୍ତ । ସାରଥୀ ବାବାଙ୍କ ଜନ୍ମଦିନ ଅବସରରେ ବ୍ୟାନର ଲଗାଇ କେକ୍‌ କାଟି ଏହି ଦିବସକୁ ପାଳୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By

Published : Nov 19, 2021, 5:59 PM IST

Updated : Nov 19, 2021, 6:36 PM IST

Sarathi Baba: ରାଜଧାନୀରେ ଏକାଠି ହେଲେ ଭକ୍ତ, ବ୍ୟାନର ଲଗାଇ ପାଳିଲେ ଜନ୍ମଦିନ
Sarathi Baba: ରାଜଧାନୀରେ ଏକାଠି ହେଲେ ଭକ୍ତ, ବ୍ୟାନର ଲଗାଇ ପାଳିଲେ ଜନ୍ମଦିନ

ଭୁବନେଶ୍ବର: ସାରଥି ଭକ୍ତଙ୍କ ସମାଗମ । ଏକାଠି ହେଲେ ଭକ୍ତ । ବ୍ୟାନର ଲଗାଇ ପାଳିଲେ ଜନ୍ମ ଦିନ। ରାଜଧାନୀର ଗଙ୍ଗନଗର ସ୍ଥିତ ୪୬ ନଂ ଓ୍ବାର୍ଡରେ ଥିବା ସହରାଞ୍ଚଳ ଆବାସିକ ସ୍ଥଳୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ନେଇ ପୁଣି ସାରଥୀ ବାବାଙ୍କ ଫେରିବା ଚର୍ଚ୍ଚା । ତେବେ ସାରଥିଙ୍କ 51 ତମ ଜନ୍ମଦିନ ଅବସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Sarathi Baba: ରାଜଧାନୀରେ ଏକାଠି ହେଲେ ଭକ୍ତ, ବ୍ୟାନର ଲଗାଇ ପାଳିଲେ ଜନ୍ମଦିନ

ରାଜଧାନୀର ସହରାଞ୍ଚଳ ଆଶ୍ରୟ ସ୍ଥଳରେ ପାଳନ ହେଉଛି ସାରଥୀ ବାବାଙ୍କ ଜନ୍ମଦିନ । ଭକ୍ତମାନେ ଏକାଠି ହୋଇ ପାଳନ କରୁଛନ୍ତି ଏହି ଦିବସ । ଧୂପ ଦୀପ ବ୍ୟାନର ସହ କେକ୍‌ କାଟି ଫଟୋରେ ପୁଷ୍ପମାଲ୍ୟ ଦେଇ ଜନ୍ମଦିନ ପାଳନ ହେଉଛି । ଖାଲି ସେତିକି ନୁହେଁ ସାରଥୀଙ୍କୁ ସମର୍ପଣ କରି 'ତୋ ସ୍ନେହରେ ବନ୍ଧା' ଏକ ଅଡିଓ ଓ ଭିଡିଓ ରିଲିଜ୍ ହୋଇଛି ।

ତେବେ ସାରଥୀଙ୍କୁ ଜାମିନ ସର୍ତ୍ତ ଉପରେ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି । କେନ୍ଦ୍ରାପଡା ସ୍ଥିତ ବରିମୁଳ ଆଶ୍ରମରେ ବେଆଇନ ଜମି ଜବରଦଖଲ ଓ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିଲେ ସାରଥୀ । ଏନେଇ ସେତେବେଳେ ସାରଥୀଙ୍କୁ କଡା ବିରୋଧ ସହ କେନ୍ଦ୍ରାପଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।

ହେଲେ ଭୁବନେଶ୍ଵରରେ ଏଭଳି ସାରଥୀ ଭକ୍ତଙ୍କ ସମାଗମ ଦେଖି କିଏ ଏମାନଙ୍କୁ ଅନୁମତି ଦେଲା ନା ଜନ୍ମଦିନ ଆଳରେ ପୁଣି ମେଳି ବାନ୍ଧିବାକୁ ପ୍ରୟାସ କରୁଛନ୍ତି ସାରଥୀ ଭକ୍ତ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 19, 2021, 6:36 PM IST

ABOUT THE AUTHOR

...view details