ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ । ଧରାବତରଣ କରିଛନ୍ତି ମା' ବିଦ୍ୟାପ୍ରଦାୟନୀ ସରସ୍ବତୀ । ପୁରପଲ୍ଲୀ ଉତ୍ସବ ମୁଖର । ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ, ସମସ୍ତ ଶିଷାନୁଷ୍ଠାନରେ ଉତ୍ସବର ମାହୋଲ । ବୀଣାପାଣୀଙ୍କ ଆବହନ, ଆରାଧନ ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ଖାରବେଳ ନଗର ୟୁନିଟ୍-3 ସରସ୍ବତୀ ଶିଶୁ ମନ୍ଦିରରେ ଧୁମଧାମରେ ପାଳିତ ହୋଇଛି ବିଦ୍ୟାଦାୟିନୀ ସରସ୍ବତୀ ଦେବୀଙ୍କ ପୂଜା । ଶିଶୁ ମନ୍ଦିରରେ ମା ସରସ୍ବତୀଙ୍କ ପୂଜାରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ୟୁନିଟ-3 ସରସ୍ବତୀ ଶିଶୁ ମନ୍ଦିରରେ ଶ୍ରୀପଞ୍ଚମୀ ପାଳିତ, ସାମିଲ ହେଲ ସମୀର ମହାନ୍ତି - Saraswati Puja observed at bhubaneswar
ଖାରବେଳ ନଗର ୟୁନିଟ୍-3 ସରସ୍ବତୀ ଶିଶୁ ମନ୍ଦିରରେ ଧୁମଧାମରେ ପାଳିତ ହୋଇଛି ବିଦ୍ୟାଦାୟିନୀ ସରସ୍ବତୀ ଦେବୀଙ୍କ ପୂଜା । ଶିଶୁ ମନ୍ଦିରରେ ମା ସରସ୍ବତୀଙ୍କ ପୂଜାରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...
ୟୁନିଟ-3 ସରସ୍ବତୀ ଶିଶୁ ମନ୍ଦିରରେ ଶ୍ରୀପଞ୍ଚମୀ ପାଳିତ
ପିଲାମାନଙ୍କ ଗହଣରେ ସରସ୍ବତୀ ପୂଜା ପାଳି ସମୃଦ୍ଧ, ଶିକ୍ଷିତ ସମାଜ ଗଠନ ପାଇଁ ମା' ସରସ୍ବତୀଙ୍କ ଆରାଧନା କରାଯାଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି। ସେହିପରି ଶିଶୁ ମନ୍ଦିରରେ ଏହି ପୂଜାକୁ ସମର୍ପଣ ପୂଜା ଭାବେ ପାଳନ କରନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ