ଓଡିଶା

odisha

ETV Bharat / city

ସାମୂହିକ ଭାବେ ବିଦ୍ୟାଦାତ୍ରୀଙ୍କ ଆବାହନ କଲେ ଛାତ୍ରଛାତ୍ରୀ

ରାଜଧାନୀର ସ୍କୁଲରେ ଧୁିମଧାମରେ ପାଳନ ହେଉଛି ସରସ୍ବତୀ ପୂଜା । ପୁଷ୍ପ,ଧୂପ ଦୀପ ନେଇ ମାଆଙ୍କ ଆବାହନ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

Saraswati puja celebrated in bhubaneswar by school student
ଡିଜାଇନ ଫଟୋ

By

Published : Jan 30, 2020, 11:48 AM IST

ଭୁବନେଶ୍ବର: ଆଜି ହେଉଛି ବୀଣାପାଣି ମା' ସରସ୍ଵତୀଙ୍କ ପୂଜା। ମାଘ ମାସ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା' ସରସ୍ଵତୀଙ୍କ ଜୟନ୍ତୀ ଅବସରରେ ତାଙ୍କର ପୂଜାର୍ଚ୍ଚନା ବହୁ ଧୁମ ଧାମରେ ପାଳନ କରାଯାଇଥାଏ।

ସାମୁହିକ ଭାବେ ବିଦ୍ୟାଦାତ୍ରୀଙ୍କ ଆବାହନ କଲେ ଛାତ୍ରଛାତ୍ରୀ


ଆଜିର ଏହି ପବିତ୍ର ଦିବସରେ ୟୁନିଟ 8 ସରସ୍ଵତୀ ଶିଶୁମନ୍ଦିରରେ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ମା'ଙ୍କର ଆବାହନ କରାଯାଇଛି। ସକାଳୁ ପିଲାମାନେ ଘରୁ ପୁଷ୍ପ,ଧୂପ ଦୀପ ସାଙ୍ଗରେ ଆଣି ଗୁରୁଜୀଙ୍କ ତତ୍ତ୍ବାବଧାନରେ ଷୋଡଶ ବିଧି ଉପଚାରରେ ମାଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହା ମାଧ୍ୟମରେ ପିଲାମାନେ ଆମ ସଂସ୍କୃତି ବିଷୟରେ ଜାଣିବା ସହ ଆଧ୍ୟାତ୍ମିକ ବିଷୟରେ ଜ୍ଞାନ ଅର୍ଜନ କରି ପାରିବେ ବୋଲି ଅନୁଷ୍ଠାନର ଗୁରୁମା ପ୍ରକାଶ କରିଛନ୍ତି।

ଆଜିର ଆଧୁନିକ ପିଲାଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଅଭାବରୁ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖାଯାଉଛି । ତେଣୁ ପିଲାମାନଙ୍କୁ ଏଥିପ୍ରତି ଶିକ୍ଷା ପ୍ରଦାନ ଫଳରେ ସଚେତନତା କରାଯାଇପାରିବ ବୋଲି ସେ କହିଛନ୍ତି। ଯାହାକି ଅତ୍ୟନ୍ତ ପ୍ରୟୋଜନ ଅଟେ। ମାଙ୍କ ପୂଜାର୍ଚ୍ଚନା କରୁଥିବା ଛାତ୍ରଛାତ୍ରୀମାନେ ବିଶ୍ବର ମଙ୍ଗଳ ସହିତ ବୁଦ୍ଧି ବିଦ୍ୟା ପ୍ରଦାନ କରିବାକୁ ମା'ଙ୍କର ପ୍ରାର୍ଥନା କରିଛନ୍ତି।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details