ଓଡିଶା

odisha

ETV Bharat / city

ଆଜି ସରସ୍ବତୀ ପୂଜା: ଶିକ୍ଷାନୁଷ୍ଠାନରେ ବାଗଦେବୀଙ୍କ ଚାଲିଛି ଆରଧନା - ଆଜି ସରସ୍ୱତୀ ପୂଜା

ଭୁବନେଶ୍ବରରେ ଶିକ୍ଷାନୁଷ୍ଠାନ ଗୁଡିକରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ପାଉଛନ୍ତି ବାଗଦେବୀ । ହେଲେ ପାର୍ବଣକୁ ଫିକା ପକାଇଛି କୋରୋନା ମହାମାରୀ । ଅଧିକ ପଢନ୍ତୁ

ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ବାଗଦେବୀ
ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ବାଗଦେବୀ

By

Published : Feb 5, 2022, 11:24 AM IST

Updated : Feb 5, 2022, 11:53 AM IST

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପାଳନ ହେଇଛି ସରସ୍ୱତୀ ପୂଜା । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦ ଦେଲେ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ । କୋଭିଡ କଟକଣା ମାନି ଘରେ ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଜାରି କରିଥିବା ଗାଇଡଲାଇନରେ କୁହାଯାଇଛି ।

ଆଜି ସରସ୍ବତୀ ପୂଜା: ଶିକ୍ଷାନୁଷ୍ଠାନରେ ବାଗଦେବୀଙ୍କ ଚାଲିଛି ଆରଧନା

ଶିକ୍ଷାନୁଷ୍ଠାନ,ଘର, କୋଚିଂ ସେଣ୍ଟର ଓ ମୂର୍ତ୍ତି କାରିଗର ମାନେ ମାଙ୍କ ଆବାହନ ପାଇଁ ବିଶେଷ ଆୟୋଜନ କରିଥାନ୍ତି । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଚଳିତଥର ସରକାରଙ୍କ କୋରୋନା ଗାଇଡଲାଇନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ପାଳନ ହେଉଛି । ଦୀର୍ଘ ଦୁଇ ବର୍ଷ ପରେ ଛାତ୍ର ଛାତ୍ରୀ ମାନେ ନିଜର ଶିକ୍ଷାନୁଷ୍ଠାନରେ ପାଳନ କରୁଛନ୍ତି ସରସ୍ୱତୀ ପୂଜା ।

ଭୁବନେଶ୍ୱର ୮ ନମ୍ବର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କୋଭିଡ କଟକଣା ଭିତରେ କରାଯାଉଛି ମା’ ବିଦ୍ୟାଦାତ୍ରୀଙ୍କ ଆରଧନା। ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ସୀମିତ ସଂଖ୍ୟାରେ ଏକାଠି ହୋଇ ପୂଜା କରୁଛନ୍ତି । ଏହା ସହ ଛାତ୍ର ଛାତ୍ରୀମାନେ ବାଣୀବିହାର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମା ସରସ୍ଵତୀଙ୍କୁ ମଧ୍ୟ ପୂଜା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ : ଆଜି ପବିତ୍ର ବସନ୍ତ ପଞ୍ଚମୀ: ଜାଣନ୍ତୁ ପୁରାଣରେ ବର୍ଣ୍ଣିତ ରୋଚକ କଥା ସମ୍ପର୍କରେ

ଜାରି କରାଯାଇଥିବା ଗାଇଡଲାଇନ୍ ଅନୁଯାୟୀ, ସରସ୍ୱତୀ ପୂଜା ଅବସରରେ ପରିବାର ସଦସ୍ୟଙ୍କ ସହ କେବଳ ରୀତିନୀତି, ପୂଜାପାଠ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଶାରୀରିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜର ଭଳି କୋଭିଡ ପ୍ରତିବନ୍ଧକକୁ ମଧ୍ୟ ପାଳନ କରିବାକୁ ସେମାନଙ୍କୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 5, 2022, 11:53 AM IST

ABOUT THE AUTHOR

...view details