ଓଡିଶା

odisha

By

Published : Jun 14, 2020, 6:45 PM IST

ETV Bharat / city

ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଗାଇଡଲାଇନ ଜାରି କରିବାକୁ ପ୍ରତାପ ଷଡଙ୍ଗୀଙ୍କ ଅପିଲ

କୋରୋନା ସଙ୍କଟ ମଧ୍ୟରେ ଋଣ ନେଇଥିବା ମହିଳାଙ୍କୁ ହଇରାଣ କରୁଥିବା ରାଜ୍ୟର ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଗାଇଡଲାଇନ ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀ
କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀ

ଭୁବନେଶ୍ବର: କୋରୋନା ସଙ୍କଟ ମଧ୍ୟରେ ଋଣ ନେଇଥିବା ମହିଳାଙ୍କୁ ହଇରାଣ କରୁଥିବା ରାଜ୍ୟର ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଗାଇଡଲାଇନ ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀ

ନିଜ ଚିଠିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଋଣର କିସ୍ତି ସୁଝିବା ପାଇଁ କେନ୍ଦ୍ର ସରକାର 6 ମାସ ସମୟ ଦେଇଥିବା ସତ୍ବେ ରାଜ୍ୟର କେତେକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ସେମାନଙ୍କ ନିର୍ଦ୍ଧାରିତ ସୁଦ୍ଧ ସମେତ ଦେଇଥିବା ଋଣ ଆଦାୟ କରୁଛନ୍ତି । ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ନେଇଥିବା ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏହା ଦ୍ବାରା କେତେକ ସ୍ଥାନରେ ସାମାଜିକ ଅଶାନ୍ତି, ଭୟ, ହିଂସା ଏବଂ କିଛି ସ୍ଥାନରେ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି ।

ବର୍ତ୍ତମାନର ସଙ୍କଟ ସମୟରେ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି । ସେମାନେ ଏବେ ନିଜ ଋଣ କିସ୍ତି ସୁଝିବା ଭଳି ପରିସ୍ଥିତିରେ ନାହାନ୍ତି । ଏହି କମ୍ପାନୀଙ୍କ ଦ୍ବାରା ଋଣ ଆଦାୟ ପାଇଁ ଆପଣାଯାଉଥିବା ଉପାୟ ଅନେକ ସ୍ଥାନରେ ଚିନ୍ତାଜନକ ବିଷୟ ପାଲଟିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକୁ ଲଗାମ ଲଗାଇବା ପାଇଁ ନିର୍ଦ୍ଧିଷ୍ଚ ଗାଇଡଲାଇନ ଜାରି କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅପିଲ କରିଛନ୍ତି ।

ABOUT THE AUTHOR

...view details