ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା କରିବାକୁ ଆରମ୍ଭ ହେଲା ସରଗି ଫୁଲ ପ୍ରତିଯୋଗିତା । 30 ଟି ଜିଲ୍ଲାରୁ ପ୍ରାୟ 1000 ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି ।
ଗୁରୁବାର ଠାରୁ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଭୁବନେଶ୍ବର ସ୍ଥିତ ଆଦିବାସୀ ପଡିଆରେ ଚାଲିବ । ଗୁରୁବାର ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଛନ୍ତି ।