ଓଡିଶା

odisha

By

Published : May 3, 2021, 5:16 PM IST

ETV Bharat / city

ଦେଶର ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳର ଦବଦବା ବଢିଛି: କଂଗ୍ରେସ

5ଟି ରାଜ୍ୟର ଫଳାଫଳ ପ୍ରକାଶକୁ ନେଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଞ୍ଚଳିକ ଦଳ ଜାତୀୟ ଦଳକୁ ପରାସ୍ତ କରିଛି । ଅଧିକ ପଢନ୍ତୁ...

ଦେଶର ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳର ଦବଦବା ବଢିଛି
ଦେଶର ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳର ଦବଦବା ବଢିଛି

ଭୁବନେଶ୍ବର: 5ଟି ରାଜ୍ୟର ଫଳାଫଳ ପ୍ରକାଶକୁ ନେଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଞ୍ଚଳିକ ଦଳ ଜାତୀୟ ଦଳକୁ ପରାସ୍ତ କରିଛି । କଂଗ୍ରେସ ଭିତରେ ଟକ୍କର ଥିଲେ ବି ଆଞ୍ଚଳିକ ଦଳ ବିଜୟ ହେଉଛି । ଆଞ୍ଚଳିକ ଦଳକୁ ଲୋକ ଭଲ ପାଉଛନ୍ତି ବୋଲି ସେ କହିଛନ୍ତି ।

ଦେଶର ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳର ଦବଦବା ବଢିଛି

ଆସାମରେ ସ୍ଥିତିକୁ ବଜାୟ ରଖିଛି ଦଳ । ବିଜେପିର ଭୁଲ୍ ରଣନୀତି ଯୋଗୁଁ ବଙ୍ଗରେ ଟିଏମସି ଜିତିଛି । ଆଞ୍ଚଳିକ ଦଳର ପ୍ରଭାବ ବଢିଛି ସ୍ବୀକାର କରିବାକୁ ପଡିବ । ଓଡ଼ିଶାରେ ବି ଆଞ୍ଚଳିକ ଦଳର ପ୍ରଭାବ ରହିଛି । ବିଜେପିର ଏଭଳି ସ୍ଥିତିରେ କଂଗ୍ରେସ ଯଦି ଫାଇଦା ନ ନେବ ଆଞ୍ଚଳିକ ଦଳ ଅଧିକ ପ୍ରଭାବ ବିସ୍ତାର କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଭାବ କମିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details