ଓଡିଶା

odisha

ETV Bharat / city

ମୋ ବସରେ ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛନ୍ତି ସାଣ୍ଟା - bbsr mo bus santa distribute chocolate

ଆଜି ପବିତ୍ର ବଡଦିନ । ଏନେଇ ଗାଁ ଠୁ ସହର ଉତ୍ସବମୁଖର ହୋଇଥିବାବେଳେ ମୋ ବସରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛି ସାଣ୍ଟା କ୍ଲଜ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

mo bus Santa
mo bus Santa

By

Published : Dec 25, 2019, 1:40 PM IST


ଭୁବନେଶ୍ବର: ଆଜି ପବିତ୍ର ବଡଦିନ । ଏନେଇ ଗାଁ ଠୁ ସହର ଉତ୍ସବମୁଖର ହୋଇଥିବାବେଳେ ମୋ ବସରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛି ସାଣ୍ଟା କ୍ଲଜ। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

ତେବେ ମୋ ବସ ପକ୍ଷରୁ ବଡଦିନ ଅବସରରେ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି । ବସ ଭିତରେ କେକ କାଟି ଯୀଶୁଙ୍କ ବାର୍ଥ ଡେ’ ସେଲିବ୍ରେସନ ସହ ଯାତ୍ରୀଙ୍କୁ ଚକଲେଟ ଦେଇଛନ୍ତି ସାଣ୍ଟା କ୍ଲଜ। ଏହାସହ ସାଣ୍ଟା କ୍ଲଜ ସାଜିଥିବା ମୋ ବସର କର୍ମଚାରୀ ମୋ ବସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଛନ୍ତି ।

mo bus Santa

କିପରି ଟିକେଟ କାଟିବେ ଓ କେଉଁ ଗନ୍ତବ୍ଯ ସ୍ଥଳକୁ ଯିବା ସମୟରେ କିପରି ଜାଣିବେ। ସେନେଇ ବସ ମଧ୍ଯରେ ଯାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ସିକ୍ରେଟ ସାଣ୍ଟା । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ବସର ଯାତ୍ରୀ। ତେବେ ଏନେଇ ମାଷ୍ଟର କ୍ଯାଣ୍ଟିନ ମୋ ବସ ଡିପୋରେ ମଧ୍ଯ ସେଲଫି ଜୋନ କରାଯାଇଛି । ଯେ କେହି ସେଠାରେ ସେଲଫି ମଧ୍ଯ ନେଇପାରିବେ। ତେବେ ଦିନକୁ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀ ମୋ ବସକୁ ବ୍ଯବହାର କରୁଛନ୍ତି । ଏପରିକି ବିଭିନ୍ନ ରୁଟକୁ ଯାଉଥିବା ଏହି ବସରେ ଲୋକେ ଯିବା ଆସିବା କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details