ଓଡିଶା

odisha

ETV Bharat / city

ସଞ୍ଜୀବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି - Sanjeev Mittal became the Chancellor

ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆସନ୍ତା ୪ ବର୍ଷ ପାଇଁ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ଦେଇଛନ୍ତି ।

ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ସଞ୍ଜୀବଙ୍କୁ ନିୟୁକ୍ତି
ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ସଞ୍ଜୀବଙ୍କୁ ନିୟୁକ୍ତି

By

Published : Jan 20, 2021, 3:41 PM IST

Updated : Jan 20, 2021, 7:25 PM IST

ଭୁବନେଶ୍ବର: ସମ୍ବଲପୁର ବିଶ୍ବ ବିଦ୍ୟାଳୟ ନୂତନ କୁଳପତି ହେଲେ ସଞ୍ଜୀବ ମିତ୍ତଲ । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆସନ୍ତା ୪ ବର୍ଷ ପାଇଁ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ଦେଇଛନ୍ତି ।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ତାଙ୍କ ନେତୃତ୍ବରେ ଓଡିଶା ବିଶେଷତଃ ପଶ୍ଚିମ ଓଡିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢିବ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ ବୋଲି ମୋଦ ଦୃଢ ବିଶ୍ବାସ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ କରିଛନ୍ତି ।

ଟ୍ବିଟ କରି ଶୁଭେଚ୍ଛା ଦେଲେ କେନ୍ଦ୍ରମନ୍ତ୍ରୀ

ସୂଚନା ଅନୁସାରେ, ପ୍ରଫେସର ମିତ୍ତଲ ଏବେ ନୂଆ ଦିଲ୍ଲୀ ଜିଜିଏସଆଇ ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ନୂତନ ଶିକ୍ଷା ପଲିସିକୁ କାର୍ଯ୍ୟକାରୀ କରିବା ଉପରେ ପ୍ରାଧାନ୍ୟ ଦେବି, ଯୁବବର୍ଗ କିପରି ଶିକ୍ଷାର ଗୁଣାତ୍ମକମାନ ଉପରେ ଅଧିକ ଗୁରୁତ୍ବ ଦେବେ ଓ ବିଶେଷକରି ଛାତ୍ରଛାତ୍ରୀମାନେ ଗବେଷଣା ମନୋବୃତି ପୋଷଣ କରିବେ ସେ ଉପରେ ଅଧିକ ଧ୍ୟାନ ଦେବି ବୋଲି କହିଛନ୍ତି ସଞ୍ଜୀବ ମିତ୍ତଲ ।

ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ସଞ୍ଜୀବଙ୍କୁ ନିୟୁକ୍ତି

ଭୁବନେଶ୍ବରରୁ ସଞ୍ଜୀବ ରୟ, ଇଟିଭି ଭାରତ

Last Updated : Jan 20, 2021, 7:25 PM IST

ABOUT THE AUTHOR

...view details