ଓଡିଶା

odisha

ETV Bharat / city

କୋଷ୍ଟାଲ ହାଇୱେକୁ ନେଇ ଗଡକରୀଙ୍କ ବୟାନ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା - କୋଷ୍ଟାଲ ହାଇଓ୍ଵେକୁ ନେଇ ବିଜେଡିର ଉଦବେଗ

ରାଜ୍ୟସଭାରେ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ଗଡକରୀଙ୍କ ବୟାନ ପ୍ରସଙ୍ଗ । ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା । ପୂର୍ବରୁ ମୁଁ ସନ୍ଦେହ କରୁଥିଲି କିନ୍ତୁ ଆଜି ସତ୍ୟ ପ୍ରମାଣିତ ହୋଇଛି ବୋଲି କହିଲେ ସଞ୍ଜୟ ଦାସବର୍ମା। ଅଧିକ ପଢନ୍ତୁ...

କୋଷ୍ଟାଲ ହାଇଓ୍ଵେକୁ ନେଇ ବିଜେଡିର ଉଦବେଗ ପ୍ରକାଶ
କୋଷ୍ଟାଲ ହାଇଓ୍ଵେକୁ ନେଇ ବିଜେଡିର ଉଦବେଗ ପ୍ରକାଶ

By

Published : Feb 9, 2021, 12:27 PM IST

ଭୁବନେଶ୍ବର: କୋଷ୍ଟାଲ ହାଇଓ୍ଵେକୁ ନେଇ ଉଦବେଗ ପ୍ରକାଶ କଲେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଂଜୟ ଦାସବର୍ମା । ଗୋପାଳପୁର ଦୀଘା 430 କିମି ପରିବର୍ତ୍ତେ 382କିମି ହେବାକୁ ନେଇ ରାଜ୍ୟସଭାରେ ନୀତିନ ଗଡ଼କରୀଙ୍କ ଉତ୍ତରରେ ସେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ 8 ତାରିଖ ଦିନ ରାଜ୍ୟସଭାରେ ଅଣ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନୀତିନ ଗଡ଼କରୀ ଯେଉଁ ଉତ୍ତର ରଖିଛନ୍ତି ସେ ନେଇ ମୁଁ ସନ୍ଦେହ ପ୍ରକଟ କରୁଥିଲି। ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି, 430 କିମିକୁ 382 କିମିରେ ସଙ୍କୁଚିତ କରାଯାଇଛି, 50କିମି କମାଇ ଦିଆଯାଇଛି ।

କୋଷ୍ଟାଲ ହାଇଓ୍ଵେ ଓଡ଼ିଶାର ଭାଗ୍ୟ ଭବିଷ୍ୟତ,ଏହାକୁ ରାଜନୈତିକ ମୁଦ୍ଦା ନକରି ସମ୍ମିଳିତ ଉଦ୍ୟମ ହେବା କଥା କୋଷ୍ଟାଲ ହାଇଓ୍ଵେ ଯେଉଁ ଆଲାଇନମେଣ୍ଟ ଦେଇ ହେବା କଥା ସେହିଭଳି ଭାବେ ହେଉ। କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବି ଗଡ଼କରୀଙ୍କ ଏଭଳି ନିଷ୍ପତି ଆସିବା ମୁଁ ଚକିତ ବୋଲି କହିଛନ୍ତି ଦାସବର୍ମା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details