ଭୁବନେଶ୍ବର: ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ବାବଦରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିପାଇଁ ଭୟବୀତ ହେବାର ନାହିଁ,ଟଙ୍କା ସୁରକ୍ଷିତ ଅଛି ବୋଲି ସେ କହିଛନ୍ତି। ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରିଛନ୍ତି।
ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିଜେପି ବିଭ୍ରାନ୍ତି ସୃଷ୍ଟି କରୁଛି: ସଞ୍ଜୟ ଦାସବର୍ମା - ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିଜେପି ବିଭ୍ରାନ୍ତି କରୁଛି
17:23 March 14
ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିଜେପି ବିଭ୍ରାନ୍ତି ସୃଷ୍ଟି କରୁଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ଅଧିକ ଖବର ପଢନ୍ତୁ...
ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ଲାଗି କହି ଲୋକଙ୍କୁ ଭୟଭୀତ କରାନଯାଉ। ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି। ରିଜର୍ଭ ବ୍ୟାଙ୍କର ସରଭିଲାନ୍ସ ଉପରେ ବ୍ୟାଙ୍କ ଗୁଡାକ କାମ କରନ୍ତି। ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ନେଇ ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଯାହାକୁ ନେଇ ଉଭୟ ରାଜ୍ୟ ଓ ବିରୋଧୀ ଦଳ ଉଦବେଗ ପ୍ରକାଶ କରିଛନ୍ତି।
ତେଣୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇଛି। କମିଟି ସମସ୍ତ ଦିଗକୁ ନେଇ ତର୍ଜମା କରିବ। ଗଭର୍ଣ୍ଣର ଓ କେନ୍ଦ୍ର ସରକାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅଭିଯୋଗ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଓ ନିରାଧାର। କୋରନାକୁ ନେଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି ।
କୋରୋନା ମୁକାବିଲା ଲାଗି 200 କୋଟି ଟଙ୍କାର ବଜେଟ ପ୍ରସ୍ତୁତ ରଖିଛନ୍ତି ରାଜ୍ୟ ସରକାର। ବିରୋଧୀଙ୍କୁ ବିଶ୍ବାସରେ ନନେଇ ବିଧାନସଭା ବନ୍ଦ କରିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ସରକାର ବିରୋଧୀ ଦଳଙ୍କୁ ବିଶ୍ବାସରେ ନେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ