ଓଡିଶା

odisha

ପୁରୀ ବନ୍ୟା ସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

By

Published : Aug 29, 2020, 1:14 PM IST

ପୁରୀ ବନ୍ୟା ସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ଜିଲ୍ଲାର ବିପଦ ସଙ୍କୁଳ ଅଞ୍ଚଳ ଗୁଡିକ ଉପରେ ଦୃଷ୍ଟି ରଖିବାକୁ ଦେଲେ ନିର୍ଦ୍ଦେଶ। ଅଧିକ ପଢନ୍ତୁ...

ପୁରୀ ବନ୍ୟା ସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ପୁରୀ ବନ୍ୟା ସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ବର: ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଜିଲ୍ଲାର ବିପଦ ସଙ୍କୁଳ ଅଞ୍ଚଳ ଗୁଡିକ ଉପରେ ଦୃଷ୍ଟି ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ ।

ଦୟା, ଭାର୍ଗବୀ, ମକରା, ଲୁଣା, ରତ୍ନଚିରା ନଦୀ ଗୁଡିକରେ 5 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ନେଇ ଆଶଙ୍କା କରାଯାଉଛି। ଯାହାକି ଚିଲିକାରେ ଯାଇ ମିଶିବ । ତେଣୁ ନଦୀ ଗୁଡିକରେ ଜଳ ଆସିବା ଫଳରେ ପୁରୀ ଜିଲ୍ଲାରେ ମଧ୍ୟମଧରଣର ବନ୍ୟା ଆସିବା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକମାନଙ୍କୁ ଆବଶ୍ୟକ ଥିବା ଏନଡିଆରଏଫ, ଓଡ୍ରାଫ, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରସ୍ତୁତ ରଖିବା ପାଇଁ ସମୀକ୍ଷା ବୈଠକରେ କୁହାଯାଇଛି ।

ପୁରୀ ବନ୍ୟା ସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଏହାସହ ଜିଲ୍ଲା ପ୍ରଶାସନ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବନ୍ୟା ଯୋଗୁଁ ଫସଲ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ତେବେ ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ରାଜସ୍ବ ବିଭାଗର ଅତିରିକ୍ତ ଅଧିକାରୀ ସୁବାଷ ନାଥ ଶର୍ମା, ପୁରୀ ଉପଜିଲ୍ଲାପାଳ, ଭାବରତ୍ନ ସାହୁ, ସେଣ୍ଟ୍ରାଲ ସର୍କଲ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details