ଓଡିଶା

odisha

By

Published : Nov 1, 2020, 8:37 AM IST

ETV Bharat / city

ସ୍ବଚ୍ଛ ଓ ସୁନ୍ଦର ସ୍ମାର୍ଟସିଟି ପାଇଁ ସ୍ବଚ୍ଛତା ସଚେତନତା

ସ୍ମାର୍ଟସିଟି ଭୁବନେଶ୍ବରକୁ ଆବର୍ଜନା ମୁକ୍ତ ସହର କରିବାକୁ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ 250 କୋଟି ଟଙ୍କା ବ୍ୟୟରେ ଏମସିସି ଓ ଏମଆରଏଫ ନିର୍ମାଣ କରାଯାଉଛି ।

sanitation awareness program begins in bhubaneswar
ସ୍ମାର୍ଟସିଟିକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ସ୍ବଚ୍ଛତା ସଚେତନା କାର୍ଯ୍ୟକ୍ରମ

ଭୁବନେଶ୍ବର: ସ୍ମାର୍ଟ ସିଟି ହେବ ସ୍ବଚ୍ଛ ଓ ସୁନ୍ଦର । ସ୍ବଚ୍ଛତାକୁ ଅଗ୍ରାଧିକାର ଦେଇ ସ୍ମାର୍ଟସିଟି ଭୁବନେଶ୍ବର ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ । ସ୍ମାର୍ଟସିଟିକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ହେଲେ ଜନ ସଚେତନତା ଆବଶ୍ୟକ। ଏହି ଆଧାରରେ ଭୁବନେଶ୍ବର ଝାରପଡାରେ ସ୍ବଚ୍ଛତା ନିବେଦନ ଅଭିଯାନ ଆରମ୍ଭ ହୋଇଛି ।

ସ୍ମାର୍ଟସିଟିକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ସ୍ବଚ୍ଛତା ସଚେତନା କାର୍ଯ୍ୟକ୍ରମ

ଭୁବନେଶ୍ବରକୁ ଅଳିଆ ଓ ଆବର୍ଜନା ମୁକ୍ତ ସହର କରିବା ପାଇଁ ପ୍ରାୟ 250 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏମସିସି (ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର) ଓ ଏମଆରଏଫ (ମ୍ୟାଟେରିଆଲ ରିକଭରି ଫାସିଲିଟି) ନିର୍ମାଣ କରାଯାଉଛି । ତେବେ ଡିସେମ୍ବର ଶେଷ ସୁଦ୍ଧା 43 ଟି ଏମସିସିରୁ 34 ଟି ଏମସିସି କାର୍ଯ୍ୟକ୍ଷମ ହେବା ନେଇ ବିଏମସି ଲକ୍ଷ ରଖିଛି । ସୈନିକ ସ୍କୁଲ ପାଖ ଟିଟିଏସରେ ଏମଆରଏଫ କାର୍ଯ୍ୟକ୍ଷମ ରହିଛି । ରାଜଧାନୀରେ ବର୍ଜ୍ୟବସ୍ତୁ ପୃଥକୀକରଣ ନେଇ ପ୍ରତି ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । ସାଧାରଣ ଲୋକେ ଡଷ୍ଟବିନରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖିବେ ଏବଂ ବିଏମସି ଅଳିଆ ବୁହା ଗାଡିରେ ଦେବେ । ଏନେଇ ଜନ ସଚେତନତା ଆରମ୍ଭ ହୋଇଛି । ଏହାସହ ସ୍ବଚ୍ଛତା ନିବେଦନ ଅଭିଯାନ ପ୍ରତି ଓ୍ବାର୍ଡରେ ଚାଲୁ ରହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details