ଭୁବନେଶ୍ବର: ଲୋକସଭା ପ୍ରାର୍ଥୀ ତଥା ଓଡ଼ିଶା ଯୁବ କଂଗ୍ରେସର ପୂର୍ବତନ ସଭାପତି ଭାବେ ଜଣାଶୁଣା ଥିବା ସଂଗ୍ରାମ ଜେନାଙ୍କ ବିୟୋଗ କଂଗ୍ରେସ ପାଇଁ ଏକା ଅପୂରଣୀୟ କ୍ଷତି। ଗତକାଲି ସଂଗ୍ରାମ ଜେନାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ଯରେ ରବିନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଭାରୀ ଚେଲ୍ଲାକୁମାର, ବିଧାୟକ ବହୁ ବରିଷ୍ଠ, ଯୁବ ଛାତ୍ର କଂଗ୍ରେସ ନେତାଙ୍କ ସହ ବିଜେପି ଓ ବିଜେଡି ବିଧାୟକ, ମନ୍ତ୍ରୀ ଓ ପରିବାର ସଦସ୍ଯ ଉପସ୍ଥିତ ରହି ତାଙ୍କର ପୂର୍ବ ସ୍ମୃତିକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ସଂଗ୍ରାମ ଜେନାଙ୍କ ସ୍ମୃତିରେ ସ୍ମୃତି ସଂସଦ - ସ୍ମୃତି ସଂସଦର ଉଦଘାଟନ
ସଂଗ୍ରାମ ଜେନାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ଯରେ ରବିନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସ୍ମୃତି ସଭାର ଆୟୋଜନ । ଅଧିକ ପଢନ୍ତୁ...
ସଂଗ୍ରାମ ଜେନାଙ୍କ ସ୍ମୃତି ସଂସଦର ଉଦଘାଟନ
ସଂଗ୍ରାମ ଜେନାଙ୍କ ସ୍ମୃତି ସଂସଦର ଉଦଘାଟନ
ଅନ୍ୟପଟେ ବିଧାୟକ ତାରାବାହିନୀ ପତିଙ୍କ ବାସଭବନରେ ସଂଗ୍ରାମ ଜେନା ସ୍ମୃତି ସଂସଦ ଗଠନ କରାଯାଇଛି । ଏହାର ଉଦଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ଅର୍ଥାତ ସ୍ବର୍ଗତ ସଂଗ୍ରାମ ଜେନାଙ୍କ ବାପା ଜୟଦେବ ଜେନା । ଏହି ସଂସଦ ଯୁବକକୁ ସଂଗଠିତ କରିବ ଏବଂ ଛାତ୍ର ଓ ଯୁବକଙ୍କ ବିକାଶ କ୍ଷେତ୍ରରେ ଏହା କାର୍ଯ୍ୟ କରିବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ