ଓଡିଶା

odisha

ETV Bharat / city

ବାଲୁକା କଳାରେ ଯୁବ ଚେତନା - ସ୍ବାମୀ ବିବେକାନନନ୍ଦଙ୍କ ଜୟନ୍ତୀ

ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା ମାଧ୍ୟମରେ ଯୁବକଙ୍କୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

sudarshan pattnaik sand art
ବାଲୁକା କଳାରେ ଯୁବ ଚେତନା

By

Published : Jan 12, 2020, 12:02 PM IST

Updated : Jan 12, 2020, 12:24 PM IST

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି । ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା ମାଧ୍ୟମରେ ଯୁବକଙ୍କୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: @sudarsansand

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବାଲୁକା କଳାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି କରିବା ସହ 'youth call for peace' ଲେଖିଛନ୍ତି । ଏହାକୁ ଦେଖିବାକୁ ଦେଖଣାହାରୀଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ସ୍ବାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ଥିଲେ । ବିବେକାନନ୍ଦଙ୍କ ଉପଦେଶରେ ଏମିତି ଅନେକ ପ୍ରସଙ୍ଗ ଥାଏ , ଯେଉଁଥିରେ ସୁଖୀ ଓ ସଫଳ ଜୀବନର ସୁତ୍ର ରହିଥାଏ । ସ୍ବୀମୀ ବିବେକାନନ୍ଦଙ୍କ ଜୀବନୀ, ତାଙ୍କ ସନ୍ଦେଶ, ଓ ପ୍ରବଚନ ପାଇଁ ସେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ପ୍ରଭାବଶାଳୀ ଥିଲେ ।

Last Updated : Jan 12, 2020, 12:24 PM IST

ABOUT THE AUTHOR

...view details