ଭୁବନେଶ୍ବର:ଓଡିଶା ପାଇଁ ଗର୍ବ ଆଣିଛନ୍ତି ରାଜ୍ୟର ଜଣାଶୁଣା ବାଲୁକା ଶିଳ୍ପୀ ସୁବଳ ମହାରଣା । ଗ୍ଲୋବାଲ ଶାନ୍ତି ସମ୍ମାନରେ ହେଲେ ସମ୍ମାନିତ । ବାଲୁକାକଳା ପାଇଁ ବେଶ ନାମ କମାଇଛନ୍ତି ସେ ।
ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ - ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ
ଗ୍ଲୋବାଲ ଶାନ୍ତି ସମ୍ମାନରେ ସମ୍ମାନିତ ହେଲେ ରାଜ୍ୟର ଜଣାଶୁଣା ବାଲୁକା ଶିଳ୍ପୀ ସୁବଳ ମହାରଣା । ଅଧିକ ପଢନ୍ତୁ...

ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ
ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ
ଜମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରଠାରେ ଏକ ସ୍ବତନ୍ତ୍ର ଉତ୍ସବରେ World Book of Star Records ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୁବଳଙ୍କୁ ତାଙ୍କ ବାଲୁକା କଳାକୃତି ସହ ସାମାଜିକ କାର୍ଯ୍ୟ କଳାପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ବର ଅନେକ ଦେଶର ସମାଜ ସେବୀ ଓ କଳାକାରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ