ଓଡିଶା

odisha

ETV Bharat / city

RATHA YATRA: ବାଲିରେ ବାଲୁକା ଶିଳ୍ପୀଙ୍କ କୋରୋନା ସଚେତନତା ବାର୍ତ୍ତା - corona awareness

ବାଲୁକା ଶିଳ୍ପ ମାଧ୍ୟମରେ ଲୋକଙ୍କୁ କୋରୋନା ସଚେତନତା ବାର୍ତ୍ତା । ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ ବାଲୁକା କଳାରେ ସଚେତନ କଲେ ଶିଳ୍ପୀ ସୁବଳ ମହାରଣା । ଅଧିକ ପଢନ୍ତୁ...

RATHA YATRA: ବାଲିରେ ବାଲୁକା ଶିଳ୍ପୀଙ୍କ କୋରୋନା ସଚେତନତା ବାର୍ତ୍ତା
RATHA YATRA: ବାଲିରେ ବାଲୁକା ଶିଳ୍ପୀଙ୍କ କୋରୋନା ସଚେତନତା ବାର୍ତ୍ତା

By

Published : Jul 11, 2021, 6:09 PM IST

ଭୁବନେଶ୍ବର:ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପ୍ରତିଟି ଓଡିଆର ଆରାଧ୍ୟ ଦେବତା ହଟିଆ ଠାକୁରଙ୍କ ରଥଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ହେଲେ କୋରୋନା ପାଇଁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି । ଏଣୁ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ହେଲେ ଜଗା ଦର୍ଶନ ପାଇଁ କିଛି ଭକ୍ତଙ୍କ ମନ ବ୍ୟାକୁଳ ହେଉଥିବାବେଳେ ଜଣେ ଶିଳ୍ପୀ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ।

RATHA YATRA: ବାଲିରେ ବାଲୁକା ଶିଳ୍ପୀଙ୍କ କୋରୋନା ସଚେତନତା ବାର୍ତ୍ତା

ଭୁବନେଶ୍ବରସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଠାରେ ବାଲୁକା ଶିଳ୍ପୀ ସୁବଳ ମହାରଣା ବାଲିରେ ଜଗନ୍ନାଥଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି । ଏଥିରେ ମହାପ୍ରଭୁ ଏକ ଟିଭି ଧରି ଲୋକଙ୍କୁ ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ କହୁଥିବା ଦର୍ଶାଇଛନ୍ତି । କୋରୋନା ସଂକ୍ରମଣ ଯୋଗୁଁ ଏହି ଚିତ୍ର ମାଧ୍ୟମରେ ବାଲୁକା ଶିଳ୍ପୀ ଲୋକଙ୍କୁ ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ବାର୍ତ୍ତା ଦେଇଛନ୍ତି ।

ଏହି ବାଲୁକା କଳାକୁ ତିଆରି କରିବାକୁ ବାଲୁକା ଶିଳ୍ପୀ ସୁବଳଙ୍କୁ ଦୁଇ ଦିନ ସମୟ ଲାଗିଛି । ଏଥିରେ ତାଙ୍କ ପରିବାର ମଧ୍ୟ ସହଯୋଗ କରିଛନ୍ତି । ରଥଯାତ୍ରା ଅବସରରେ ସୁବଳଙ୍କ ଏହି ବାଲୁକା କଳାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details