ଓଡିଶା

odisha

ETV Bharat / city

ବାଲୁକା କଳାରେ ରଥ ଗଡାଇଲେ ସୁଦର୍ଶନ ପଟ୍ଟନାୟକ - ପୁରୀ ରଥଯାତ୍ରା ୨୦୨୦

ଆଜି ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ପୁରୀ ବେଳାଭୂମିରେ ବଡଦାଣ୍ଡ ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

Sand art by international sand artist sudarshan pattanaik
ବାଲୁକା କଳାରେ ରଥ ଗଡାଇଲେ ସୁଦର୍ଶନ ପଟ୍ଟନାୟକ

By

Published : Jun 23, 2020, 9:11 AM IST

Updated : Jun 23, 2020, 9:39 AM IST

ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଶୂନ୍ୟ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ । ମହାମାରୀ କୋରୋନା କଟକଣାରେ ଚଳିତ ବର୍ଷ ପାଳିତ ହେଉଛି ଘୋଷଯାତ୍ରା । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ରଥ ।

ବାଲୁକା କଳାରେ ରଥ ଗଡାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ ବେଳାଭୂମିରେ ଅତି ସୁନ୍ଦରତା ସହ ବାଲୁକା କଳାରେ ନିର୍ମାଣ କରିଛନ୍ତି ବଡଦାଣ୍ଡ । ଯେଉଁଠି ଶ୍ରୀମନ୍ଦିର ସାଙ୍ଗକୁ ତିନି ଠାକୁରଙ୍କୁ ସଜାଇଛନ୍ତି ସୁଦର୍ଶନ । ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡ ପ୍ରଭୁ ବଳିଆର ଭୂଜ ବଳଭଦ୍ରଙ୍କ ତାଳଧ୍ବଜ ଓ ମାତା ସୁଭଦ୍ରାଙ୍କ ଦେବଦଳନ ରଥକୁ ବେଳା ଭୂମିରେ ଗଢାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହା ସହିତ ଲେଖିଛନ୍ତି ସବୁ ସେ କାଳିଆ ଲୀଳା । ଏହା ସହିତ ଟ୍ବିଟ କରି ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କ ସୁଖକାମନା କରିଛନ୍ତି ।

ଚଳିତ ବର୍ଷ ମହାମାରୀ କୋରୋନା କଟକଣା ପାଇଁ ରଥଯାତ୍ରାକୁ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ପରିଶେଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ କଟକଣା ସହ ଭକ୍ତ ଶୂନ୍ୟ ବଡଦାଣ୍ଡରେ ଗଡିବ ରଥ । ନଅ ଦିନ ଧରି ଭାଇ ଭଉଣୀଙ୍କ ସହ ମାଉସୀ ଘରକୁ ଯିବ କାଳିଆ । ସେପଟେ ସଂକ୍ରମଣକୁ ଦୃଷ୍ଚିରେ ରଖି ପୁରୀକୁ 48 ଘଣ୍ଟିଆ ସଟଡାଉନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 23, 2020, 9:39 AM IST

ABOUT THE AUTHOR

...view details