ଓଡିଶା

odisha

ETV Bharat / city

ସ୍ୟାଣ୍ଡ ଆନିମେସନରେ ଗାନ୍ଧୀଙ୍କ ଜୀବନୀ - ଭୁବନେଶ୍ବରରେ ସ୍ୟାଣ୍ଡ ଆନିମେସନ

ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଓଟିଡିସି ଆପଣାଇଛି ଅଭିନବ ପ୍ରୟାସ । ସୁଦାମ ପ୍ରଧାନ ସ୍ୟାଣ୍ଡ ଆନିମେସନ ଜରିଆରେ ଲୋକଙ୍କୁ ଦେଖାଇଛନ୍ତି ଗାନ୍ଧୀଙ୍କ ଜୀବନ ଶୈଳୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 3, 2019, 3:34 AM IST

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀରେ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ଆଉ ଲୋକମାନଙ୍କୁ ସିଧାସଳଖ ଗାନ୍ଧୀଙ୍କ କଥା ଜଣାଇବା ପାଇଁ ଓଟିଡିସି ଆପଣାଇଛି ଅଭିନବ ପ୍ରୟାସ । ଗାନ୍ଧୀଙ୍କ ଜୀବନୀକୁ ବାଲୁକା ଆନିମେସନ ଜରିଆରେ ସାଧାରଣ ଲୋକଙ୍କୁ ଦେଖେଇବାର ପ୍ରୟାସ ସ୍ବରୂପ ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଶିଷ୍ଟ ବାଲୁକା ଆନିମେସନ କଳାକାର ସୁଦାମ ପ୍ରଧାନ ସୁନ୍ଦର ଭାବରେ କଳାକୃତି କରି ଗାନ୍ଧୀଙ୍କୁ ଶ୍ରଦ୍ଧାଳଞ୍ଜଳୀ ଅର୍ପଣ କରିଥିଲେ । ସେପଟେ ଲୋକମାନେ ଏହି କଳାକୃତିର ଭରପୁର ଆନନ୍ଦ ନେଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ହୋଇଥିଲା । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ଜରିଆରେ ବାପୁଙ୍କ ଆଦର୍ଶ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ହୋଇଛି । ଯାହାକୁ ସେମାନେ ନିଜ ଜୀବନରେ ପାଳନ କରି ସଫଳତା ପାଇଁ ପାରିବେ ବୋଲି ଓଟିଡିସିର ଅଧକ୍ଷ୍ୟା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details