ଓଡିଶା

odisha

ETV Bharat / city

‘ରାଜ୍ୟରେ କମିଛି ଶିଶୁ ଓ ମାତୃ ମୃତ୍ୟୁହାର’ - ମାତୃ ମୃତ୍ୟୁ ହାର ଦୃତଗତିରେ ହ୍ରାସ

କମୁଛି ଶିଶୁ ଓ ମାତୃ ମୃତ୍ୟୁହାର । ରାଜ୍ୟରେ ସମ୍ପୂର୍ଣ୍ଣା ଯୋଜନା ଲାଗୁ ହେବା ପରେ ମିଳିଛି ଏହି ସଫଳତା ।

ଫାଇଲ ଫଟୋ

By

Published : Aug 28, 2019, 9:02 PM IST


ଭୁବନେଶ୍ବର: ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଛି ସମ୍ପୂର୍ଣ୍ଣା ଯୋଜନା । ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ । ଏଥିପାଇଁ ଏକ କମିଟି ଗଠନ ସହିତ ମାସିକ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନେଇ ବୁଧବାର ହୋଇଥିବା ସମୀକ୍ଷା ବୈଠକରେ ଶିଶୁ ମୃତ୍ୟୁହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଛି ତାହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ 2011-13 ବର୍ଷରେ 1ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ 222 ଜଣ ମୃତ୍ୟୁବରଣ କରୁଥିବା ବେଳେ 2014 ରୁ 2016 ସୁଦ୍ଧା ଏହା180କୁ ହ୍ରାସ ପାଇଛି । 2020 ସୁଦ୍ଧା ସମ୍ପୂର୍ଣ୍ଣା ମାଧ୍ୟମରେ ଏହାକୁ 117 ଓ 2030 ସୁଦ୍ଧା 70ରେ ପହଞ୍ଚେଇବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ସେହିଭଳି2011-13 ରେ ପ୍ରତି ହଜାର ନବଯାତ ଶିଶୁଙ୍କ ମଧ୍ୟରୁ 51 ଜଣ ମୃତ୍ୟୁବରଣ କରିଥିବା ବେଳେ 2017ରେ ତାହା 41ରେ ପହଞ୍ଚିଛି । 20202 ସୁଦ୍ଧା ଏହି ସଂଖ୍ୟା 30 କୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଛି ।

ସର୍ବଭାରତୀୟସ୍ତରରେ ମାତୃ ମୃତ୍ୟୁ ହାର ଦୃତଗତିରେ ହ୍ରାସ ପାଉଥିବା ବେଳେ ଓଡ଼ିଶାର ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି । ଅନୁରୂପ ଭାବେ ନବଜାତ ମୃତ୍ୟୁ ହ୍ରାସ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ହାରର ପାଖାପାଖି ରହିଛି । 2017ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୩୩ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଓଡ଼ିଶାରେ ଏହା ଦୃତଗତିରେ ହ୍ରାସ ପାଇ 41 ପହଁଚିଛି । ରାଜ୍ୟରେ ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବାପରେ ଏହି ସଫଳତା ମିଳିଛି ।

ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା, ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୁତିଙ୍କ ପାଇଁ ଥିବା ଓଟି ଓ SNCU ରେ ତାଲିମ ପ୍ରାପ୍ତ ଷ୍ଟାଫ ନର୍ସ ନିଜୁକ୍ତି ଉପରେ ଗୁରୁତ୍ଵ ଦିଆଯାଇଛି । ଗର୍ଭବତୀ ମହିଳା ଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ଓ ପୃଷ୍ଟିହୀନତା ଦୂର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଶିଶୁ ଓ ମାତୃ ସ୍ଵାସ୍ଥ୍ୟ ସଂକ୍ରାନ୍ତରେ ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଅତ୍ୟାଧୁନିକ ICU କୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details