ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ସର୍ବଭାରତୀୟ ସ୍ତରରେ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ବିଭିନ୍ନ ଟିକାକେନ୍ଦ୍ରର ଅଧିକାରୀ ଓ ଟିକା ଗ୍ରହଣ କରୁଥିବା ଲୋକଙ୍କ ସହିତ କଥା ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ଟିକା ଦାନ କେନ୍ଦ୍ର ବୁଲିଲେ ରାଜ୍ୟ ବିଜେପି ସଭାପତି - ସମୀର ମହାନ୍ତି ବୁଲିଲେ ଟିକା ଦାନ କେନ୍ଦ୍ର
ସୋମବାର ସର୍ବଭାରତୀୟ ସ୍ତରରେ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ବିଭିନ୍ନ ଟିକାକେନ୍ଦ୍ରର ଅଧିକାରୀ ଓ ଟିକା ଗ୍ରହଣ କରୁଥିବା ଲୋକଙ୍କ ସହିତ କଥା ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...
ଟିକା ଦାନ କେନ୍ଦ୍ର ବୁଲିଲେ ରାଜ୍ୟ ବିଜେପି ସଭାପତି
ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟ ସାଧାରଣରେ ବେଶ୍ ପ୍ରଶଂସନୀୟ ହୋଇଛି। ଏପରି ବୃହତ୍ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ଜନ ସାଧାରଣଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ