ଓଡିଶା

odisha

ETV Bharat / city

ବୃଦ୍ଧି ପାଇବ ମୂଲ୍ୟାୟନ କେନ୍ଦ୍ର, ଜୁଲାଇ ସୁଦ୍ଧା ସରିବ ଯୁକ୍ତ ଦୁଇ ମୂଲ୍ୟାୟନ - ହାଇକୋର୍ଟ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ । ଖାତା ଦେଖା ପାଇଁ ଅଧିକ କେନ୍ଦ୍ରର ବ୍ୟବସ୍ଥା କରାଯିବ । ସେହିପରି ଜୁଲାଇ ସୁଦ୍ଧା ଯୁକ୍ତ ଦୁଇ ମୂଲ୍ୟାୟନ ସରିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

matric-evalution
matric-evalution

By

Published : May 16, 2020, 2:01 PM IST

ଭୁବନେଶ୍ବର: ମାଟ୍ରିକ ଖାତା ମୁଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରଖିଛନ୍ତି ପ୍ରତିକ୍ରିୟା । ଏନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ କରାଯାଉଛି। 10 କଲୋମିଟର ଦୂରରୁ କେତେ ଆସୁଛନ୍ତି ତାହା ଚିହ୍ନଟ କରାଯାଉଛି।

ବୃଦ୍ଧି ପାଇବ ମୂଲ୍ୟାୟନ କେନ୍ଦ୍ର, ଜୁଲାଇ ସୁଦ୍ଧା ସରିବ ଯୁକ୍ତ ଦୁଇ ମୂଲ୍ୟାୟନ

କୋଭିଡ 19 ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଉଛି । ସୋମବାର ଏ ନେଇ ବୈଠକ ଡକାଯାଇଛି । କୋର୍ଟ ନିର୍ଦେଶ ଆନୁସରେ ଖାତା ଦେଖା ହେବ। । ସେହିପରି 10 କିଲୋମିଟର ଭିତରେ ଖାତା ଦେଖା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ଯଦି ଆବଶ୍ୟକ ପଡେ ତେବେ ଖାତା ଦେଖା କେନ୍ଦ୍ର ବୃଦ୍ଧି କରାଯିବ । ଏହାସହ ଜୁଲାଇ ଶେଷ ସୁଦ୍ଧା ଯୁକ୍ତ ୨ ଅବଶିଷ୍ଟ ପରିକ୍ଷା ସହ ଖାତାଦେଖା ସରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details